ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ବିମାନ ଦୁର୍ଘଟଣାରେ ମଲାୱିର ଉପରାଷ୍ଟ୍ରପତି ସୌଲୌସଙ୍କ ସମେତ ୧୦ ମୃତ

0

ନ୍ୟୁଜ ବ୍ୟୁରୋ: ବିମାନ ଦୁର୍ଘଟଣାରେ ମଲାୱିର ଉପରାଷ୍ଟ୍ରପତି ସୌଲୌସ କ୍ଲସ୍‌ ଚିଲିମାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସମେତ ବିମାନରେ ଥିବା ଅନ୍ୟ ୧୦ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ଗତକାଲି ସକାଳ ୯ଟା ୧୭ ସମୟରେ ପ୍ରତିରକ୍ଷା ବିଭାଗର ଏକ ସ୍ୱତନ୍ତ୍ର ବିମାନରେ ରାଜଧାନୀ ଲିଲଙ୍ଗୱେ ଏୟାରପୋର୍ଟରୁ ମୁଜୁଜ ଅଭିମୁଖେ ଯାଉଥିଲେ ସୌଲୌସ କ୍ଲସ୍‌ ଚିଲିମା କିନ୍ତୁ ହଠାତ୍ ପାଗରେ ପରିବର୍ତ୍ତନ ସହ ଖରାପ ପାଗ କାରଣରୁ ବିମାନ ଅବତରଣ କରିବାରେ ବିଫଳ ହୋଇଥିଲା। ଏଥିସହ ବିମାନ ରାଡାର୍ ବାହାରକୁ ଚାଲିଯିବା କାରଣରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ତେବେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ବର୍ତ୍ତମାନ ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି। ବିମାନରେ ଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହେବା ସହିତ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Leave A Reply

Your email address will not be published.