ପ୍ରମୁଖ ଖବର

ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ
ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
ପଶ୍ଚିମବଙ୍ଗର ୭ ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ
ପଞ୍ଚଭୂତରେ ଲୀନ ହେଲେ ଗୀତା ପଟ୍ଟନାୟକ
କାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ
ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ

ଦେଶରେ ଲାଗୁ ହେବ ନୂଆ ଭାରତୀୟ ନ୍ୟାୟ ସଂହିତା

0

ଭୁବନେଶ୍ବର: ଆସନ୍ତା ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁ ହେବ ନୂଆ ଭାରତୀୟ ନ୍ୟାୟ ସଂହିତା। ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ଉଠିଯିବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସହିତ ଆଲୋଚନା କଲେ ପୋଲିସ ଡିଜିପି ଅରୁଣ ଷଡଙ୍ଗୀ। କେନ୍ଦ୍ର ଗୃହ ସଚିବ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କ ସହିତ ଭିସିରେ ଆଲୋଚନା କରିଛନ୍ତି।

କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର ପରିବର୍ତ୍ତେ ଆସିବ ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଇଣ୍ଡିଆନ୍ ଏଭିଡେନ୍‌ସ୍ ଆକ୍ଟ ପରିବର୍ତ୍ତେ ଆସିବ ଭାରତୀୟ ସାକ୍ଷ୍ୟ ଆଇନ। ଏଥିରେ ପୂର୍ବରୁ ୫୧୧ଟି ଧାରା ଥିଲା। ଏବେ ୩୫୮ଟି ଧାରା ରହିବ। ୧୭୫ଟି ଧାରା ସଂଶୋଧନ କରାଯିବ। ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୋଲିସ ଆଇନ ଏବେ ବି ଜାରି ରହିଛି। ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସ ମାନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି।

ଏହି ନୂଆ ନିୟମ କାର୍ଯ୍ୟକାରୀ ପାଇଁ ଥିବା ପ୍ରାବଧାନ ସଂପର୍କରେ ବରିଷ୍ଠ ଆଇପିଏସଙ୍କ ସହ ଆଲୋଚନା କରିଛନ୍ତି ଡିଜିପି। ଜୁଲାଇ ୧ ତାରିଖ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ, ତାହା ପୁରୁଣା ସିଆରପିସି ଅଧୀନରେ ଟ୍ରାଏଲ କରାଯିବ ବୋଲି ଡିଜିପି କହିଛନ୍ତି।

Leave A Reply

Your email address will not be published.