ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ପୋଲିସକୁ ମୁଖ୍ୟମନ୍ତ୍ରୀ କହିଲେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କର

0

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୈଠକରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ, ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର ପ୍ରମୁଖ ସାମିଲ ଥିଲେ। ଗୁଇନ୍ଦା ନିର୍ଦେଶକ, ଗୁଇନ୍ଦା ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାର ଏସପି ମାନେ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଠିକ୍ ସେହିପରି ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ତାଗିଦ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ପୁଲିସ ଲୋକଙ୍କୁ ଭଲ ପାଇଲେ, ପୁଲିସର ବିଶ୍ୱସନୀୟତା ବଢ଼ିବ। ଏଣୁ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ହେବ। ଆଗ ଭଳି ଆଉ ପୁଲିସ ବ୍ୟବସ୍ଥା ଚାଲିବ ନାହିଁ ବୋଲି ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ଅଧିକାରୀମ‌ାନଙ୍କୁ ରୋକଠୋକ୍ ଶୁଣାଇଥିଲେ।

ନିଜର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କର ଏକ ବୈଠକ ନେଇଥିଲେ। ରାଜ୍ୟରେ କିଭଳି ଆଇନ ଶୃଙ୍ଖଳା, ସୁରକ୍ଷା, ସ୍ନାନ ପୂର୍ଣ୍ଣିମା, ଇତ୍ୟାଦି ସମ୍ପର୍କରେ ସେଠାରେ ଆଲୋଚନା ହୋଇଥିଲା। ଏହି ଅବସରରେ ମାଓ ମୁକାବିଲା, ପୋଲିସକୁ ଅଧିକ ଲୋକାଭିମୁଖୀ କରିବା, ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ, ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦେବା ସଂପର୍କରେ ବି ସମୀକ୍ଷା ହୋଇଥିଲା।

Leave A Reply

Your email address will not be published.