ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱରରେ ୪ଘଣ୍ଟା କର୍ଫ୍ୟୁ କୋହଳ

0

ବାଲେଶ୍ବର: ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ନେଇ ସରିଲା ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା ବୈଠକ। ବୈଠକରେ ନିଷ୍ପତି କ୍ରମେ, ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ। କେବଳ ଲିଜ୍ ଲାଇନ ଥିବା ଲୋକଙ୍କୁ ମିଳିବ ଇଣ୍ଟରନେଟ ସେବା। ଆଇନ ଶୃଙ୍ଖଳା ରକ୍ଷା ପାଇଁ ବାଲେଶ୍ୱରରେ ପହଞ୍ଚିଲେ ଗୋଟିଏ କମ୍ପାନୀ ବିଏସଏଫ୍। ଆଉ ୫ କମ୍ପାନୀ ବିଏସଏଫ ବାଲେଶ୍ୱରରେ ପହଞ୍ଚିବ। ଆସନ୍ତା ଦୁଇଦିନ ପାଇଁ ବାଲେଶ୍ୱର ସହରର ସମସ୍ତ ସ୍କୁଲ୍, କଲେଜ,ଅଙ୍ଗନୱାଡୀ କେନ୍ଦ୍ର ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ନାଳରେ ପ୍ରବାହିତ ଲାଲ୍‌ ରଙ୍ଗର ପାଣିକୁ ନେଇ ସୋମବାର ସକାଳ ୧୦ଟା ବେଳେ ଘଟିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଢେଲାପଥର ମାଡ଼ ପରେ ବାଲେଶ୍ୱର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ୧୪୪ଧାରା ଜାରି କରିଥିଲା। ରାତି ପ୍ରାୟ ୧୧ଟା ବେଳେ ଟାଉନ ଥାନାକୁ ଉଭୟ ଗୋଷ୍ଠୀ ଲିଖିତ ଅଭିଯୋଗ ଦେବାକୁ ଯାଇଥିଲେ। ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ପୋଲିସର ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀ ଥାନାରୁ ପଳାଇ ଆସିଥିଲେ।

Leave A Reply

Your email address will not be published.