- ପୁନଃ ଯାଞ୍ଚ ହେବ ୧୩ ପୋଲିଂ ଷ୍ଟେସନର ଇଭିଏମ୍
- ନିର୍ବାଚନ ଫଳାଫଳ ନେଇ ଅଭିଯୋଗ
ଝାରସୁଗୁଡା: ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ । ଯାଞ୍ଚ ହେବ ୧୩ ପୋଲିଂ ଷ୍ଟେସନର ଇଭିଏମ୍ । ନିର୍ବାଚନ ଫଳାଫଳରେ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ଦୀପାଳି ।
ଝାରସୁଗୁଡା ପୂର୍ବତନ ବିଧାୟିକା ତଥା ପରାଜିତ ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ,ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ଯାଞ୍ଚ ପାଇଁ ଆବେଦନ କରିଥିଲେ। ଆଉ ଆଜି ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଏହା ସହିତ ଝାରସୁଗୁଡାର ୧୩ ଟି ପୋଲିଂ ଷ୍ଟେସନରେ ଯାଞ୍ଚ କରିବା ପାଇଁ ଅନୁମତି ଦେଇଛନ୍ତି ନିର୍ବାଚନ ଆୟୋଗ।