ପ୍ରମୁଖ ଖବର

ଜବତ ହେଲା ଦୁର୍ଘଟଣାଘଟାଇଥିବା ଥର୍
ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ
ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ
ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜଧାନୀରେ ଘର ମାଲିକକୁ ହତ୍ୟା

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ। ଘର ମାଲିକକୁ ହତ୍ୟା କଲା ଭଡାଟିଆ । ତମାଣ୍ଡୋ ଥାନା ଅନ୍ତର୍ଗତ ସିଭି ରମଣ ଇଞ୍ଜିନିୟରିଂ କଲେଜ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ଘର ମାଲିକଙ୍କୁ ଭଡ଼ାଟିଆ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ରାସ୍ତାରୁ ରକ୍ତାକ୍ତ ମୃତଦେହ ଜବତ କରି ପୋଲିସର ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ସୁଶାନ୍ତ ଶତପଥି ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ମୃତକ ସୁଶାନ୍ତ ଶତପଥିଙ୍କ ଘର ଖୋର୍ଦ୍ଧା ପାଟପୁର ଅଞ୍ଚଳରେ । ବିଗତ କିଛି ଦିନ ହେବ ସେହି ଘରେ ସେ ପ୍ରଥମ ମହଲାରେ ରହୁଥିଲେ । ସେହିଠାରେ ଆଉ ଜଣେ କଣ୍ଟ୍ରାକ୍ଟରର କିଛି କର୍ମଚାରୀ ମଧ୍ୟ ତଳମହଲାରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାର ରଞ୍ଜନ ଦୀପ ନାମକ ଜଣେ କର୍ମଚାରୀ ଘରର ଛାତ ଉପରେ ଶୁଏ।

ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା। ଏହାପରେ ରଞ୍ଜନ ଦୀପ ଏକ ଲୁହା ରଡରେ ପିଟି ହତ୍ୟା କରିଥିବା ଅନୁମାନ କରାଯାଉଛି। ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି। ଜଣେ ୩୫ ବର୍ଷୀୟ ଯୁବକ ତାଙ୍କ ପାଖରେ ଭଡାଟିଆ ରଖିଥିଲେ‌। ସେ ଏହି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.