ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍‌

0

ଭୁବନେଶ୍ବର: ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ଓଏସଆରଟିସି ବସ୍‌। ସମସ୍ତ ୩୧୪ ବ୍ଲକରୁ ପୁରୀକୁ ବସ୍‌ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ଏଥିସହ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ବସ୍‌ ସେବା ଆରମ୍ଭ ହେବ। ଅଯୋଧ୍ୟା, ତିରୁପତି, ମହାକାଳେଶ୍ୱର, ବାରାଣସୀ ଓ ବୃନ୍ଦାବନକୁ ବସ ଗଡ଼ିବ। ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥଳରୁ ଚାଲିବ।

ତେବେ ଲକ୍ଷ୍ମୀ ବସ୍‌ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି, ଲକ୍ଷ୍ମୀ ବସ୍‌ ସେବା ନେଇ ଅଧିକ ତର୍ଜମା ଚାଲିଛି। ଯେଉଁ ସ୍ଥାନରୁ ବସ୍‌ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ। ଯେଉଁ ନାମରେ ହେଉ ପଛେ ଲୋକଙ୍କୁ ବସ୍‌ ସେବା ଦିଆଯିବ।

Leave A Reply

Your email address will not be published.