ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଆଗକୁ ବଡ଼ ଲଢେଇ

0
  • ୧୩ ତାରିଖରେ ନନ୍ଦିଘୋଷ ଟିଭିର ଶୁଭାରମ୍ଭ
  • ବିଜେଡି ସମର୍ଥିତ ବ୍ୟାନରରେ ଆସିବ ଏହି ଟିଭି
  • ବିଜେପି ସମର୍ଥନରେ ଆସିବ ଅର୍ଗସ ଚ୍ୟାନେଲ
  • ସୌମ୍ୟ, ତଥାଗତଙ୍କ ଉପରେ ରହିବ ସମସ୍ତଙ୍କ ନଜର

ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। କଂଗ୍ରେସ ବଳ ଗୋଟାଇବାକୁ ଉଦ୍ୟମ କରି ବି ପାରୁନି। ଏମିତି ସମୟରେ କିଏ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ତାହା ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି। କିନ୍ତୁ ଏହାରି ଭିତରେ ଓଡ଼ିଶା ପାଇଁ ଏକ ବଡ଼ ଖୁସି ଖବର ଲୁଚି ରହିଛି। ଆଗକୁ ଗଣମାଧ୍ୟମ ଜଗତରେ ଜବରଦସ୍ତ ଲଢେ଼ଇ ଦେଖିବାକୁ ମିଳିବ।କିଏ କାହାକୁ ମାତ୍ ଦେବେ ସେ ନେଇ ଏବେଠାରୁ କୌଶଳ ଆରମ୍ଭ କରିଦେଲେଣି। ଛାପା ଗଣମାଧ୍ୟମରେ ଏହି ପ୍ରସଙ୍ଗଟି ଏବେ ଆଲୋଚନାର ମୁଖ୍ୟ କେନ୍ଦ୍ର ବିନ୍ଦୁ ହୋଇଛି। ବୈଦ୍ୟୁତିକ ଗଣମାଧ୍ୟମରେ ବି ସ୍ଥିତି ତା ଚାହିଁ ସାଂଘାତିକ। ଏମିତି ଯେ ଦୀର୍ଘ ୪ ବର୍ଷ ପରେ ଓଡ଼ିଶାର ପାଠକ ପୁଣି ଥରେ ଗଣମାଧ୍ୟମର ସକ୍ରିୟତା ଉପଲବ୍ଧି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ।

ଏସବୁ ଏଇଥିପାଇଁ ଯେ ଦୁଇଟି ପ୍ରମୁଖ ରାଜନୈତିକ ଦଳ ପରୋକ୍ଷ ଭାବେ ଗଣମାଧ୍ୟମ ଜଗତରେ ପ୍ରବେଶ କରିଛନ୍ତି। ଆସନ୍ତା ୧୩ ତାରିଖରେ ନନ୍ଦିଘୋଷ ଟିଭିର ବିଧିବଦ୍ଧ ଭାବେ ଶୁଭାରମ୍ଭ ହେବ। ବିଜେଡି ସମର୍ଥିତ ଏହି ଚ୍ୟାନେଲ ନିଆରା ଢଙ୍ଗରେ ପ୍ରବେଶ କରିବାକୁ ସଜବାଜ ହେଉଛି। ତିନି ପ୍ରମୁଖ ରାଜନୈତିକ ଦଳର ତିନି ଜଣ ଅତିଥିଙ୍କୁ ଆଣି ଦଳ ପ୍ରଥମ ଦିନରୁ ଏକ ଚେହେରା ରଖିବାକୁ ଚାହୁଁଛି ଯେ ସେମାନେ ଅପେକ୍ଷାକୃତ ନିରପେକ୍ଷ ଭାବେ କାର୍ଯ୍ୟ କରିବେ। ଏହି ଟିମ୍ ଶ୍ରୀଜଗନ୍ନାଥ ତତ୍ତ୍ବ ଉପରେ ଗୁରୁତ୍ବ ଦେବ ଓ ଜାତୀୟ ସ୍ତରର ବଡ଼ ବଡ଼ ପ୍ରଯୋଜକଙ୍କୁ ଧରି ସ୍ବତନ୍ତ୍ର ଭିନ୍ନ ଧରଣର କାର୍ଯ୍ୟକ୍ରମ ସାମ୍ନାକୁ ଆଣିବ। ବିଜେଡିକୁ ଅତି ଆକ୍ରମଣ କଲେ ଏହି ଚ୍ୟାନେଲ ପ୍ରତିଆକ୍ରମଣ କରିବା ସମ୍ଭାବନା ଅଧିକ। ତେବେ ସତ କଥାଟି କଣ, ଏକଥାଟି ଲୋକଙ୍କ ପାଖକୁ ଆଣିବାକୁ ଏହି ଚ୍ୟାନେଲ୍ ଚେଷ୍ଟା କରିବ। ପୂର୍ବରୁ ଈଟିଭିରେ ଥିବା ଅନେକ ବରିଷ୍ଠ ଅଧିକାରୀ ଏବେ ଚ୍ୟାନେଲ୍ କାର୍ଯ୍ୟ ହାତକୁ ନେଇଛନ୍ତି। ଆଗକୁ ବିଜେଡି ସମର୍ଥିତ ଓଡ଼ିଆ ଦୈନିକ ଖବରକାଗଜ ସକାଳ ବି ପାଠକ ପଢିବାକୁ ପାଇବେ ବୋଲି ଖବର ଆସୁଛି।

ପୂର୍ବରୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କନକ, ସାଂସଦ ଅଚ୍ୟୁତ ସାମନ୍ତଙ୍କ କଳିଙ୍ଗ ଟିଭି ବିଜେଡି ହାତରେ ଥିଲେ ହେଁ, ଦଳ ସେଭଳି କୌଣସି ଆଖିଦୃଶିଆ ସହଯୋଗ ଏମାନଙ୍କ ଠାରୁ ପାଇନାହିଁ। ଏପରିକି ଓଟିଭିର ବରବାର ହେବା ସ୍ଥିତିରେ ଏମାନେ ନାହାନ୍ତି। ନ୍ୟୁଜ ସେଭେନ୍ ଆଗ ପତିଆରା ରଖିନି, ଜି କଳିଙ୍ଗ,ନ୍ୟୁଜ ୧୮ ଆଦି ଅନ୍ୟ ଟିଭିମାନେ ଓଟିଭି ସମକକ୍ଷ ହୋଇପାରିନାହାନ୍ତି।

ସବୁଠାରୁ ବଡ଼ କଥା ହେଲା, ବିଜେପି ଓଡ଼ିଶାରେ ତାର ଦ୍ବିତୀୟ ଦଫା କସରତ ଆରମ୍ଭ କରିବା ପୂର୍ବରୁ ନିଜସ୍ବ ସମର୍ଥିତ ଗଣମାଧ୍ୟମ ଉପରେ ଗୁରୁତ୍ବ ଦେଉଛି। ପୂର୍ବରୁ ଅର୍ଗସ ଵେବ୍ ଚ୍ୟାନେଲ୍ ଆସି ସାରିଥିଲା। ଏବେ କିନ୍ତୁ ଅର୍ଗସ ଏକ ସାଟେଲାଇଚ୍ ଚ୍ୟାନେଲ୍ ଭାବେ ଆସୁଛି। ରଥଯାତ୍ରା ଦିନ ଠାରୁ ଏହି ଚ୍ୟାନେଲ ଆରମ୍ଭ ହେବ। ସେହିଭଳି ଏକ ଖବରକାଗଜ ମଧ୍ୟ ଏହି ବ୍ୟାନରରେ ଖୁବ୍ ଶୀଘ୍ର ଆତ୍ମପ୍ରକାଶ କରିବ।

ବିଜେପିର ଏହି ପ୍ରସ୍ତୁତି ପରେ ବିଜେଡି ଏଭଳି ତତ୍ପରତା ଦେଖାଇଥିବା କୁହାଯାଉଛି। ଯଦିଓ ଏବେ ଉଭୟଙ୍କ ମଧ୍ୟରେ ମଧୁର ସଂପର୍କ ରହିଛି, ଆଗକୁ ଯେ କୌଣସି ମୂହୂର୍ତରେ ଏହା ବିଗିଡିଯିବ, ଏକଥା ଉଭୟେ ଜାଣନ୍ତି। ଏଣୁ ଉଭୟ ଦଳ ନିଜ ନିଜସ୍ତରରେ ପରସ୍ପରକୁ ଛୋଟ ରଖିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ତେବେ ବିଜେଡି-ବିଜେପିର ନିଜସ୍ବ ଟିଭି ଆସିବା ପରେ ଅନ୍ୟ ଟିଭି ଅର୍ଥାତ୍ କନକ, ନ୍ୟୁଜ ୧୮ ଆଦି ଚ୍ୟାନେଲ ଭୂମିକା ଉପରେ ସମସ୍ତଙ୍କ ନଜର ରହିବ। ସମସ୍ତେ ସମସ୍ତଙ୍କୁ ଦାବିବା ଲାଗି ବାଧ୍ୟ ହୋଇ ଖବର ପଛରେ ରହିବେ ଓ ଲୋକଙ୍କ ପାଖକୁ ଯିବେ।

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ଏକଥା ନୁହେଁ ଯେ ବିଜେଡି ନେତୃତ୍ବ ହାତରେ ଏବେ କାଗଜ ନାହିଁ। କିନ୍ତୁ ଦଳର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କୌଣସି ବି ପରିସ୍ଥିତିରେ ନିଜ କାଗଜକୁ ସମ୍ପୂର୍ଣ୍ଣ ଭାବେ ଦଳ ପାଇଁ ଲଗାଇବେ ନାହିଁ। ବରଂ ବ୍ୟାବସାୟିକ ସଫଳତା ହାସଲ ପାଇଁ ସେ ଯେ କୌଣସି ସ୍ତରକୁ ଯିବେ, ଏକଥା ପୂର୍ବରୁ ନଜିର ରହିଛି। ବଜାରରେ ତିଷ୍ଠି ରହିବା ଲାଗି ସେ ସବୁବେଳେ କସରତ ଚଳାଇଛନ୍ତି। ଧରିତ୍ରୀ ମଧ୍ୟ ଏବେ ପୁଣି ଥରେ ପାଗ ଭିଡିବା ଆରମ୍ଭ କରିଛି। ନିର୍ବାଚନ ରାଜନୀତିରୁ ଦୂରେଇ ଯିବା ପରେ ତଥାଗତ ଏବେ ଅପେକ୍ଷାକୃତ ଅଧିକ ସମୟ ନିଜ ଖବରକାଗଜରେ ଦେବା ଆରମ୍ଭ କରିଛନ୍ତି। ପ୍ରସାରଣ ସଂଖ୍ୟା ବଢାଇବା ଲାଗି ନୂଆ ଫର୍ମୁଲା ପ୍ରୟୋଗ କରୁଛନ୍ତି। ପ୍ରମେୟ ବି ଅନୁରୂପ ଭାବେ ଏଥିରେ ଯୋଗଦାନ ରଖିବାକୁ ଚାହୁଁଛି। ସ୍ବାଭାବିକ ଭାବେ ସମାଜ ଅଧିକ ପ୍ରଭାବୀ ଢଙ୍ଗରେ ସାମ୍ନାକୁ ଆସିବାକୁ ଉଦ୍ୟମ କରୁଛି।

ଆଗକୁ ବିଜେଡି-ବିଜେପିର ନିଜସ୍ବ ଖବର କାଗଜ ଆସିବା ପରେ ସେମାନେ କେତେ ସଫଳତା ପାଇବେ ତାହା ଅଲଗା କଥା। କିନ୍ତୁ ରାଜ୍ୟର ପ୍ରତିଷ୍ଠିତ ଖବରକାଗଜମାନେ ଏବେ ନିଜର ପତିଆରା ବଢାଇବା ଲାଗି ଜୋରଦାର ଉଦ୍ୟମ କରିବେ। ଯାହାର ପ୍ରସାରଣ ସଂଖ୍ୟା ଯେତେ ଅଧିକ ହେବ, ସେମାନେ ରାଜନୈତିକ ଦଳର ସେତିକି ଗୁରୁତ୍ବ ପାଇବେ। ଅନ୍ୟଥା ନିଜସ୍ବ ପତିଆରା ହରାଇବେ। ଟିଭି କ୍ଷେତ୍ରରେ ବି ଅନୁରୂପ ସ୍ଥିତି ହେବ।

ଅବଶ୍ୟ ପୂର୍ବରୁ ବିଜେଡି ପ୍ୟାରୀମୋହନ ମହାପାତ୍ରଙ୍କ ହାତରେ ଖବର ବୋଲି ଏକ ଦୈନିକ ଖବରକାଗଜ କାଢିଥିଲା। କିନ୍ତୁ ବ୍ୟାବସାୟିକ ଢଙ୍ଗରେ ଚଳାଇବା ପରିବର୍ତେ ସମ୍ପୂର୍ଣ୍ଣ ଦଳୀୟ ଭିତ୍ତିରେ କାଗଜ ପରିଚାଳନା କରିବାରୁ ତାହା ତିଷ୍ଠି ପାରିଲା ନାହିଁ। ଏହି ଅଭିଜ୍ଞତା ପରେ ଏବେ ବିଜେଡି ଓ ବିଜେପି ପେଶାଦାର ଢଙ୍ଗରେ ସେମାନଙ୍କ ଗଣମାଧ୍ୟମ ସାମ୍ନାକୁ ଆଣିବାକୁ ଯାଉଛନ୍ତି।

ସବୁଠାରୁ ପ୍ରଶ୍ନ ହେଲା, ଟିଭି ଓ କାଗଜମାଲିକ ବଜାରରୁ ଅର୍ଥ ଯୋଗାଡ କରିବାରେ ଅସୁବିଧା ନାହିଁ। କିନ୍ତୁ ପ୍ରତିଷ୍ଠିତ ସାମ୍ବାଦିକଙ୍କ ସଂଖ୍ୟା ହାତଗଣତି। ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଏମାନେ ବିଛାଡି ହୋଇ ଅଳ୍ପ ବହୁତେ ରହିଛନ୍ତି। ଏପରି ପରିସ୍ଥିତିରେ ଏବେ କିଏ କିଭଳି ନିଜ ଗଣମାଧ୍ୟମର ପ୍ରଭାବୀ ସାମ୍ବାଦିକଙ୍କୁ ନିଜ ପାଖରେ ଅଟକାଇ ପାରୁଛି, ଅନ୍ୟକୁ ମାତ୍ ଦେବା ଲାଗି ସେମାନଙ୍କୁ କେତେ ପରିମାଣରେ ବ୍ୟବହାର କରିପାରୁଛି, ତାହା ଦେଖିବା କଥା। ଅନ୍ୟଥା ମହଙ୍ଗା ପଡିପାରେ।

Leave A Reply

Your email address will not be published.