ପ୍ରମୁଖ ଖବର

ଇସ୍ତଫା ଦେବାର ୮ ଦିନରେ ସରକାରୀ ବାସଭବନ ଛାଡିବେ କେଜରିୱାଲ
ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହେମନ୍ତ ସୋରେନ
ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ: ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର

ଏବେ ହେଲମେଟ ନ ପିନ୍ଧିଲେ ଅଟକି ରହିବ ଦରମା

0

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ବଢି ବଢି ଚାଲିଛି। ଅମାନିଆଙ୍କୁ ସାବାଡ କରିବା ପାଇଁ ସରକାର ଦିନକୁ ଦିନ ନୂଆ ନିୟମ ମାନ ଲାଗୁ କରିଚାଲିଛନ୍ତି। ଏବେ ଟ୍ରାଫିକ ନିୟମ କଡ଼ାକଡ଼ି ହେବାରେ ଲାଗିଛି। ଟ୍ରାଫିକ ନିୟମ ନ ମାନିଲେ ମୋଟା ଅଙ୍କର ତଣ୍ଡ ଗଣିବେ ଅମାନିଆ। ଏହାରି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ଏକ ନିର୍ଦ୍ଦେଶନାମା ଲାଗୁ ହୋଇଛି ।

ବାଇକ୍‌ ଚାଳନା ସମୟରେ ହେଲମେଟ ନ ପିନ୍ଧିଲେ ଅଟକି ରହିବ ଦରମା। ଗଜପତି ଜିଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଏଭଳି ଏକ ଚିଠି ଆସିବା ପରେ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିବା ସହ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡି ହେବାପରେ ଏହାର ଫଳାଫଳ ମଧ୍ୟ ମିଳୁଛି। ସମୟ କ୍ରମେ ବାଇକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ସାମାନ୍ୟ କମିଛି। ଲୋକେ କିଭଳି ଟ୍ରାଫିକ ନିୟମ ମାନିବେ ତାହାରି ଉପରେ ନଜର ରଖିଛି ପ୍ରଶାସନ।

Leave A Reply

Your email address will not be published.