ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ସବୁଜରୁ ଗେରୁଆ ରଙ୍ଗ ହେଲା ଲକ୍ଷ୍ମୀ ବସ୍‌

0

ଭୁବନେଶ୍ବର: ଲୋକଙ୍କ ଗମନାଗମନ ପାଇଁ ବିଜେଡି ସରକାର ଆରମ୍ଭ କରିଥିଲା ଲକ୍ଷ୍ମୀବସ୍‌ ଯୋଜନା। ସରକାର ଶାସନରୁ ଯିବା ପରେ ହଟେଇ ଦିଅ ଯାଉଛି ସରକାରଙ୍କ ଚିହ୍ନ ବର୍ଣ୍ଣ। ବିଜେପି ସରକାର ଏବେ ଶାସନକୁ ଆସିଛନ୍ତି। ଏବେ ବଦଳା ଚାଲିଛି ପୂର୍ବତନ ସରକାର ଦେଇଆସୁଥିବା ସମସ୍ତ ଯୋଜନାର ରୂପରଙ୍ଗ। ସେଇ ପୁରୁଣା ସେବା ହେଲେ ନୂଆ ଢଙ୍ଗରେ ଜନତାଙ୍କୁ ଭେଟିଦେବେ ନୂଆ ସରକାର। ଏଥିପାଇଁ ବଦଳା ଚାଲିଛି ରଙ୍ଗ। ଯାହା ସବୁଜ ଥିଲା ତାହା ଏବେ ଗେରୁଆ କରାଯାଉଛି।

ଏମିତି କିଛି ଦୃଶ୍ୟ ରହିଛି ଢେଙ୍କାନାଳ ବସ୍ ଷ୍ଟାଣ୍ଡର । ବସ୍ ଷ୍ଟାଣ୍ଡରେ ଧାଡିକୁ ଧାଡି ଛିଡା ହୋଇଛି ପୂର୍ବତନ ସରକାରଙ୍କ ଦ୍ବାରା ଦିଆଯାଇଥିବା ଲକ୍ଷ୍ମୀ ବସ୍ ସେବା। ଏହାକୁ ଗୋଟା ପରେ ଗୋଟା ସବୁଜରୁ ଗେରୁଆ କରୁଛନ୍ତି ରଙ୍ଗମିସ୍ତ୍ରୀ। ଲକ୍ଷ୍ମୀ ବସରୁ ପୂର୍ବରୁ ଏହାର ଷ୍ଟିକର ହଟାଯାଇଥିବା ବେଳେ ଏହା ପରିବର୍ତ୍ତିତ ହୋଇ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ହେବ ବୋଲି ସ୍ପଷ୍ଟ କରିଥିଲେ ବିଭାଗୀୟ ମନ୍ତ୍ରୀ। ଯେଉଁ କାରଣରୁ ଏଠି ରଙ୍ଗ ବଦଳାଯାଉଥିବା ଦେଖିବାକୁ ମିଳିଛି।

ଖାଲି ସେତିକି ନୁହେଁ ଏଥିରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଟ୍ୟାଗ୍ ବି ଲାଗିସାରିଲାଣି। ତେବେ ଏହାକୁ ଏଭଳି ରଙ୍ଗ ପରିବର୍ତ୍ତନ କରାଇବା ପାଇଁ କିଏ ନିର୍ଦ୍ଦେଶ ଦେଇଛି ସେନେଇ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ। ଗତ ଜାନୁଆରି ୩୧ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଚଳାଚଳ ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬୦ଟି ବସ୍‌ ୫୩ଟି ରୁଟ୍‌ରେ ଚାଲିବା ଲାଗି ସ୍ଥିର ହୋଇଥିଲା।

Leave A Reply

Your email address will not be published.