ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଏବେ ସରୋଗେସି ମା’ଙ୍କୁ ମିଳିବ ମାତୃକାଳୀନ ଛୁଟି

0

କଟକ: ସରୋଗେସି ମାଧ୍ୟମରେ ମାଆ ହୋଇଥିବା କର୍ମଚାରୀଙ୍କୁ ଏଣିକି ମିଳିବ ୧୮୦ ଦିନର ପ୍ରସବ କାଳୀନ ଛୁଟି। ପ୍ରାକୃତିକ ଉପାୟରେ ମାଆ ହୋଇଥିବା ମହିଳାଙ୍କ ପରି ସରୋଗେସି ମାଧ୍ୟମରେ ମାଆ ହୋଇଥିବା କର୍ମଚାରୀଙ୍କୁ ଏହି ପ୍ରସବକାଳୀନ ଛୁଟି ଭଳି ସୁବିଧା ଯୋଗାଇବା ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ।ଜଣେ ମହିଳା କର୍ମଚାରୀ ଦାଏର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜିବ୍‌ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ସରୋଗେସିରେ ମାଆ ହେଉଥିବା ମହିଳା କର୍ମଚାରୀଙ୍କ ପାଇଁ ମାତୃକାଳୀନ ଛୁଟିକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ସରୋଗେସି ପଦ୍ଧତିରେ ମାଆ ହେଉଥିବା ମହିଳା କର୍ମଚାରୀ ମାତୃକାଳୀନ ଛୁଟି ନେବାକୁ ହକ୍‌ଦାର। ଏହି ନିୟମ କେବଳ ମହିଳାଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ନବଜାତ ଶିଶୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆବଶ୍ୟକ ରହିଛି।

କୋର୍ଟ ଏହି ନିଷ୍ପତ୍ତିରେ କହିଛନ୍ତି ଯେ, ସମ୍ବିଧାନର ଆର୍ଟିକିଲ୍‌ ୨୧ ଅନୁସାରେ, ଜୀବନର ଅଧିକାର, ମାଆ ହେବାର ଅଧିକାର ସହିତ ଶିଶୁର ମଧ୍ୟ ସମ୍ପୂର୍ଣ୍ଣ ବିକାଶର ଅଧିକାର ରହିଛି। ଏଥିସହିତ କୋର୍ଟ ଆହୁରି କହିଛନ୍ତି ଯେ, ସରକାର ସାଧାରଣ ଭାବେ ମାତୃତ୍ୱ ପାଇଁ ଛୁଟି ଦେଉଥିବା ବେଳେ ସରୋଗେସିରେ ମାଆ ହେଉଥିବା କର୍ମଚାରୀଙ୍କୁ ଏହି ଅଧିକାରରୁ ବଞ୍ଚିତ କରିବା ଅନୁଚିତ୍‌।

Leave A Reply

Your email address will not be published.