ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଏବେ ସରୋଗେସି ମା’ଙ୍କୁ ମିଳିବ ମାତୃକାଳୀନ ଛୁଟି

0

କଟକ: ସରୋଗେସି ମାଧ୍ୟମରେ ମାଆ ହୋଇଥିବା କର୍ମଚାରୀଙ୍କୁ ଏଣିକି ମିଳିବ ୧୮୦ ଦିନର ପ୍ରସବ କାଳୀନ ଛୁଟି। ପ୍ରାକୃତିକ ଉପାୟରେ ମାଆ ହୋଇଥିବା ମହିଳାଙ୍କ ପରି ସରୋଗେସି ମାଧ୍ୟମରେ ମାଆ ହୋଇଥିବା କର୍ମଚାରୀଙ୍କୁ ଏହି ପ୍ରସବକାଳୀନ ଛୁଟି ଭଳି ସୁବିଧା ଯୋଗାଇବା ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ।ଜଣେ ମହିଳା କର୍ମଚାରୀ ଦାଏର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜିବ୍‌ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ସରୋଗେସିରେ ମାଆ ହେଉଥିବା ମହିଳା କର୍ମଚାରୀଙ୍କ ପାଇଁ ମାତୃକାଳୀନ ଛୁଟିକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ସରୋଗେସି ପଦ୍ଧତିରେ ମାଆ ହେଉଥିବା ମହିଳା କର୍ମଚାରୀ ମାତୃକାଳୀନ ଛୁଟି ନେବାକୁ ହକ୍‌ଦାର। ଏହି ନିୟମ କେବଳ ମହିଳାଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ନବଜାତ ଶିଶୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆବଶ୍ୟକ ରହିଛି।

କୋର୍ଟ ଏହି ନିଷ୍ପତ୍ତିରେ କହିଛନ୍ତି ଯେ, ସମ୍ବିଧାନର ଆର୍ଟିକିଲ୍‌ ୨୧ ଅନୁସାରେ, ଜୀବନର ଅଧିକାର, ମାଆ ହେବାର ଅଧିକାର ସହିତ ଶିଶୁର ମଧ୍ୟ ସମ୍ପୂର୍ଣ୍ଣ ବିକାଶର ଅଧିକାର ରହିଛି। ଏଥିସହିତ କୋର୍ଟ ଆହୁରି କହିଛନ୍ତି ଯେ, ସରକାର ସାଧାରଣ ଭାବେ ମାତୃତ୍ୱ ପାଇଁ ଛୁଟି ଦେଉଥିବା ବେଳେ ସରୋଗେସିରେ ମାଆ ହେଉଥିବା କର୍ମଚାରୀଙ୍କୁ ଏହି ଅଧିକାରରୁ ବଞ୍ଚିତ କରିବା ଅନୁଚିତ୍‌।

Leave A Reply

Your email address will not be published.