ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଆସନ୍ତା ବର୍ଷରୁ ଦିଘାରୁ ଗଡ଼ିବ କାଳିଆ ରଥ

0

ପଶ୍ଚିମବଙ୍ଗ: ଦିଘାରେ ହେବ ରଥଯାତ୍ରା। ଆସନ୍ତା ବର୍ଷଠାରୁ ପଶ୍ଚିମବଙ୍ଗ ଦିଘାରେ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା। ଦିଘାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ଜାରି ରହିଥିବା ବେଳେ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ଗୃହ ଓ ନଗର ଉନ୍ନୟନ ନିଗମ ନିର୍ମାଣ କରୁଛି । କିଛି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ଆସନ୍ତାବର୍ଷ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରି ରଥଯାତ୍ରା ପାଳନ କରାଯିବା ନେଇ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି। ଶ୍ରୀ ଜଗନ୍ନାଥ ସସ୍କୃତିର ମୂଳପୀଠ ଶ୍ରୀକ୍ଷେତ୍ର ପୁରୀ ପରି ଅବିକଳ ଢାଞ୍ଚାର ଭବ୍ୟ ମନ୍ଦିରର ଭିଡିଓ ମଧ୍ୟ ସେୟାର କରିଛନ୍ତି ମମତା। ପୁରୀରେ ହେଉଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ବଙ୍ଗୀୟ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳେ। ଏହି ଶ୍ରଦ୍ଧା ଓ ଭକ୍ତିକୁ ପାଇଁ ପଶ୍ଚିମବଙ୍ଗ ଦିଘାରେ ପୁରୀ ଆକୃତିର ଏକ ଅବିକଳ ମନ୍ଦିର ନିର୍ମାଣ କରାଯାଉଛି।

ମମତା ଟ୍ୱିଟ କରି ଲେଖିଛନ୍ତି, ‘‘ଏହା ଘୋଷଣା କରିବା ଖୁସିର ବିଷୟ ଯେ ପୁରୀ ପରି ପଶ୍ଚିମବଙ୍ଗରେ ମଧ୍ୟ ଆମେ ଦିଘାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ଗୌରବମୟ ମନ୍ଦିର ନିର୍ମାଣ କରୁଛୁ। ଏଠାରେ ଶ୍ରୀଜଗନ୍ନାଥଙ୍କ ସହ ଭଗବାନ ବଳଭଦ୍ର ଏବଂ ସୁଭଦ୍ରା ମଧ୍ୟ ପୂଜା ପାଇବେ । ରଥଯାତ୍ରା ମଧ୍ୟ ଆୟୋଜିତ ହେବ। ଆସନ୍ତା ବର୍ଷଠାରୁ ରଥଯାତ୍ରା ଆୟୋଜନ କରାଯିବ। ବର୍ତ୍ତମାନ କିଛି କାର୍ଯ୍ୟ ଏବଂ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି। ଆସନ୍ତାବର୍ଷ କାର୍ଯ୍ୟ ଶେଷ କରି ପ୍ରଭୁଙ୍କର ରଥଯାତ୍ରା ବାହାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ତଙ୍କୁ ସେଠାକୁ ନିମନ୍ତ୍ରଣ କରାଯିବ। ଭଗବାନ ଶ୍ରୀ ଜଗନ୍ନାଥଙ୍କ ଦିଘାରେ ଅବସ୍ଥାନ, ସମଗ୍ର ଭାରତ ପାଇଁ ଏକତାର ଏକ ନୂଆ ସ୍ଥାନ ଭାବେ ଉଭା ହେବାକୁ ଯାଉଛି। ଜୟ ଜଗନ୍ନାଥ !’’

Leave A Reply

Your email address will not be published.