ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଓଡିଆ ଉଦ୍ୟୋଗୀଙ୍କ ବିକାଶ କରିବାକୁ ହେଲେ ନିଜକୁ ଓଡିଆ ଶିଖିବାକୁ ପଡିବ

0

ଭୁବନେଶ୍ବର: ଓଡିଆ ଉଦ୍ୟୋଗୀଙ୍କ ବିକାଶ କରିବାକୁ ହେଲେ ଓଡିଆ ଭାଷା ଶିଖିବାକୁ ପଡିବ। କାରଣ ଓଡିଆ ଲୋକଙ୍କୁ ଓଡିଆ ଭାଷାରେ ହିଁ ଶିଖାଇବାକୁ ହେବ । ନହେଲେ ଗାଁ ଗହଳିରୁ ଆସିଥିବା ଲୋକ କେମିତି ବୁଝିବେ। ଓଡିଆରେ ପ୍ରଶିକ୍ଷଣ ଦେବାକୁ ହେଲେ ନିଜେ ଓଡିଆ ଶିଖିବାକୁ ପଡିବ ବୋଲି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।
ଓଡିଶାରେ କାମ କରିବାକୁ ହେଲେ ଶିଖିବାକୁ ପଡିବ ଓଡିଆ ଭାଷା। ଗାଁ ଗହଳି ଲୋକ ହିନ୍ଦୀ ବୁଝନ୍ତିନି। ଗାଁରୁ ଜଣେ କେହି ଆସିଲେ ସେ କେମିତି ଶିଖିବ? ଏମିତି ଚାଲିବନି, ଓଡିଆ ଶିଖିବାକୁ ପଡିବ ବୋଲି ସିଧା ସିଧା କହିଛନ୍ତି ଏମଏସଏମଇ ମନ୍ତ୍ରୀ। ରାଜ୍ୟର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବର ଇନଫୋସିଟି-୨ କ୍ୟାମ୍ପସରେ ୨୦୨୧ ମସିହାରେ ଉଦଘାଟିତ ହୋଇଥିଲା ଓ-ହବ୍। ସେଠାକୁ ଯାଇଥିବା ବେଳେ ଓଡିଆ ଭାଷାରେ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି ଏମଏସଏମଇ ମନ୍ତ୍ରୀ।

ଓଡିଶାର ଉଦ୍ୟୋଗୀଙ୍କୁ ରିହାତି ଦରରେ ଅଫିସ ପାଇଁ ଜାଗା ଦେବା ଲକ୍ଷ୍ୟର ଓ-ହବ୍ କରାଯାଇଥିଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଓ-ହବରେ ବ୍ୟାପକ ଚଞ୍ଚକତା ନେଇ ଅଭିଯୋଗ ହୋଇଥିଲା। ତେବେ ସେଠାରେ ଓଡିଆ ଉଦ୍ୟୋଗୀଙ୍କ ଜାଗାରେ ଅଫିସ ପାଇଁ ଏମଏନସିଙ୍କୁ ଜାଗା ଦିଆଯାଇଥିବା ଅଭିଯୋଗ ହୋଇଥିଲା।ଏମଏସଏମଇ ବିଭାଗ ଅଧୀନରେ ଷ୍ଟାର୍ଟଅପ୍ ଓଡିଶା ରହିଥିଲେ ବି ପୂର୍ବତନ ଆଇଟି ସଚିବ ବିଦେଶୀ କମ୍ପାନୀଙ୍କୁ ଜାଗା ଟେକି ଦେଇଥିବା କୁହାଯାଇଥିଲା। ନୂଆ ସରକାର ଆସିବା ପରେ ଅଭିଯୋଗ ନେଇ ନିଜେ ମନ୍ତ୍ରୀ ଗ୍ରାଉଣ୍ଡରେ ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.