ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଆଜି ହେରାପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମା ଲଷ୍ମୀ ସାଆନ୍ତାଣି

0

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି। ଏଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଛନ୍ତି ଲକ୍ଷ୍ମୀ ଠାକୁରାଣୀ। ରାଗ ଜର୍ଜରିତ ହୋଇ ମା’ ଲକ୍ଷ୍ମୀ ଆଜି ଗୋପନରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଉଭା ହୋଇ ନନ୍ଦିଘୋଷ ରଥ ଭାଙ୍ଗିବେ। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି।

ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ମା’ ମହାଲକ୍ଷ୍ମୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ଗଇଁଠାଳ ଫିଟି ନ ଥିବା ବେଳେ ମହାପ୍ରଭୁ ଶ୍ରୀମନ୍ଦିର ସ୍ନାନମଣ୍ଡପରେ ୧୦୮ ଗରା ସୁବାସିିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହେଲେ। ଅଣସର ଘରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଭଉଣୀ, ଭାଇଙ୍କୁ ସାଥିରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଆଡ଼ପ ମଣ୍ଡପ ବା ଜନ୍ମବେଦିରେ ଅବସ୍ଥାନ କରିଛନ୍ତି। ମହାପ୍ରଭୁ ନବବିବାହିତା ମା’ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ସେ ଅଭିମାନ କରିବେ। ନବଦିନାତ୍ମକ ଘୋଷଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ଆଜି ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଯିବେ ଗୁଣ୍ଡିଚା ମନ୍ଦିର। ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଫେରାଇ ଆଣିବା ପାଇଁ ଗୁଣ୍ଡିଚା ମନ୍ଦିରରେ ବିଜେ କରିବେ ଅଭିମାନିନୀ ମା ଲକ୍ଷ୍ମୀ। ହେଲେ ମାଉସୀ ମାଙ୍କ ଘରେ ୯ ଦିନ ରହି ପୋଡ ପିଠା ଖାଇବା ପରେ ଶ୍ରୀମନ୍ଦିର ଫେରିବେ ବୋଲି କହିବେ ପ୍ରଭୁ କାଳିଆ ଠାକୁର। ଯେଉଥିରେ ରାଗିଯାଇ ଫେରିଲା ବେଳକୁ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଇଯିବେ ମା ଲଷ୍ମୀ। ଯାହାକୁ ହେରା ପଞ୍ଚମୀ ନୀତି କୁହାଯାଏ।

Leave A Reply

Your email address will not be published.