ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

କଟକ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ

0

କଟକ: କଟକର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମ୍‌ରେ ଶନିବାର ଅପରାହ୍ନରେ ନିଆଁ ଲାଗିଯାଇଛି। ନର୍ସିଂହୋମ୍‌ର ତୃତୀୟ ମହଲାରେ ନିଆଁ ଲାଗିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହିତ ଆଇସିୟୁରେ ଥିବା ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି। ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସୂଚନାନୁଯାୟୀ, ପୁରୀଘାଟ ଥାନା ଅଞ୍ଚଳର ତ୍ରିସା ନର୍ସିଂହୋମ୍‌ର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ଏହି ତୃତୀୟ ମହଲାରେ ଆଇସିୟୁ ରହିଛି। ଆଇସିୟୁରେ ୮ରୁ ଅଧିକ ରୋଗୀ ଭର୍ତ୍ତି ହୋଇଥିଲେ। ଏହାଛଡ଼ା ସାଧାରଣ ବେଡ୍‌ରେ ମଧ୍ୟ ବହୁ ରୋଗୀଥିଲେ। ତେବେ ଅପରାହ୍ନରେ ହଠାତ୍‌ ଆଇସିୟୁରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗି ଯିବା ଯୋଗୁ ତୃତୀୟ ମହଲାରେ ବ୍ୟାପି ଯାଇଥିଲା ନିଆଁ। ଧୂଆଁମୟ ହୋଇଯାଇଥିଲା ପୂରା ଫ୍ଲୋର। ଅଣ ନିଶ୍ୱାସୀ ହୋଇପଡ଼ିଥିଲେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ ମେଡ଼ିକାଲ୍‌ କର୍ମଚାରୀ। ବାହାର ପାର୍ଶ୍ୱରେ ସିଡି ପକାଯାଇ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀ ଓ ସାଧାରଣ ବେଡ଼୍‌ରେ ଥିବା ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଉଛି। ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି। ବର୍ତ୍ତମାନ ପୂରା କୋଠାକୁ ଖାଲି କରିବାକୁ ଉଦ୍ୟମ ଚାଲିଛି।

Leave A Reply

Your email address will not be published.