ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଆସନ୍ତା ଆଠ ଦିନ ରେ ବଙ୍ଗୋପସାଗର ରେ ଦୁଇଟି ଲଘୁଚାପ !

0

ଭୁବନେଶ୍ବର: ଆସନ୍ତା ଆଠ ଦିନ ରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ଦୁଇଟି ଲଘୁଚାପ କ୍ଷେତ୍ର। ଆସନ୍ତା ୧୫ ଜୁଲାଇ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ପ୍ରଥମ ଲଘୁଚାପ କ୍ଷେତ୍ର। ଏହି କ୍ଷେତ୍ର ଟି ପ୍ରଭାବ ରେ ୧୪ ତାରିଖ ରୁ ରାଜ୍ୟ ରେ ବର୍ଷା ସମ୍ଭାବନା ରହିଛି। ୧୫-୧୬ ତାରିଖ ରେ ବର୍ଷା ର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ସାର୍ଥକ ମିଶ୍ର।

ଏହି ସମୟ ରେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ନୟାଗଡ଼, ଖୋର୍ଦ୍ଧା , ପୁରୀ, କଟକ ଜଗତସିଂହପୁର , କେଉଁଝର, ଯାଜପୁର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ କେନ୍ଦ୍ରାପଡା, ସୁନ୍ଦରଗଡ଼ , ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର , ଦେଓଗଡ଼ ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ବର୍ଷା (୭-୧୧ସେମି) ସମ୍ଭାବନା ରହିଛି। ତେବେ ମାଲକାନଗିରି, କନ୍ଧମାଳ , କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୨-୨୦ସେମି)ସମ୍ଭାବନା ରହିଛି।

ଦ୍ବିତୀୟ ଲଘୁଚାପ କ୍ଷେତ୍ର ଟି ୧୯-୨୦ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ। ଏହି ଲଘୁଚାପ ଟି ପ୍ରଥମ ଲଘୁଚାପ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଚିହ୍ନିତ ଲଘୁଚାପ କିମ୍ବା ଅବପାତ ର ରୂପ ନେଇପାରେ। ଏହି କ୍ଷେତ୍ର ପ୍ରଭାବ ରେ ୨୦ ରୁ ୨୨ ତାରିଖ ମଧ୍ୟରେ ରାଜ୍ୟ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶା ରେ ଅଧିକ ବର୍ଷା ସମ୍ଭାବନା ରହିଛି। ଆସୁଥିବା ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟ ରେ ନିଅଣ୍ଟିଆ ବର୍ଷା ଭରଣା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.