ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

କଟକ ନର୍ସିଂହୋମ୍‌ ଅଗ୍ନିକାଣ୍ଡ ଘଟଣାରେ ଆଖି ବୁଜିଲା ୧୧ ଦିନର ଶିଶୁ

0

କଟକ: କଟକର ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଆଖି ବୁଜିଲା ୧୧ ଦିନର ଶିଶୁ। ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଶିଶୁଟିର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ବୋଲି ଜଣାପଡ଼ିଛି। ଶିଶୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ । ଗତକାଲି ଅଗ୍ନିକାଣ୍ଡ ପରେ ଶିଶୁଟିକୁ ଶିଶୁ ଭବନ ଅଣାଯାଇଥିଲା ।

ସୂଚନାଯୋଗ୍ୟ, ଶନିବାର ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରାୟ ୪୫ ଜଣ ରୋଗୀ ଓ ସଦ୍ୟ ଜନ୍ମିତ ଶିଶୁଙ୍କୁ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରୁ ଉଦ୍ଧାର କରାଯାଇଥିଲା। ଶିଶୁ ଓ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିଲା। ଅପରାହ୍ନରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ରୋଗୀ ଓ ସେମାନଙ୍କ ସଂପର୍କୀୟ ଜୀବନବିକଳରେ ଏଣେତେଣେ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ନିଆଁ ଓ ଧୂଆଁ ଭିତରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪୫ଜଣ ଗୁରୁତର ରୋଗୀ ଓ ନବଜାତକ ଶିଶୁଙ୍କୁ ଝରକା ବାଟେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ଡାକ୍ତରଖାନା ଓ ଶିଶୁଭବନକୁ ସ୍ଥାନାନ୍ତର କରିଥିଲେ।

Leave A Reply

Your email address will not be published.