ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା

0

କଟକ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ଆଉ ବ୍ୟବହାର ହୋଇ ପାରିବନି ପ୍ଲାଷ୍ଟିକ୍ ସାମଗ୍ରୀ। ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀକୁ ସଂପୂର୍ଣ୍ଣ ବ୍ୟାନ କରିଛି ମନ୍ଦିର ପ୍ରଶାସନ। ଦେବୋତ୍ତର ବିଭାଗ ଓ ପୂଜକ କମିଟି ଦ୍ବାରା ବସିଥିବା ବୈଠକରେ କିଛି ଏମିତି କଡା ନିଷ୍ପତ୍ତି ଦେଇଛନ୍ତି। କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି ହେବ।

ତେବେ ଆଗକୁ ଶ୍ରାବଣ ମାସ ଆସୁଥିବାରୁ ମହାପ୍ରଭୁଙ୍କ ଉପରେ ଜଳାଭିଷେକ ପାଇଁ କାହିଁ କେତେ ଆଡୁ ଭକ୍ତ, ବାବା ଧବଳେଶ୍ୱରଙ୍କ ପାଖକୁ ଛୁଟି ଆସିବେ। ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ କିଛି କଡା ନିୟମ ଜାରି କରିଛି। ଯାହାଦ୍ୱାରା ମନ୍ଦିର ପରିସରର ସ୍ୱଚ୍ଛତା ବଜାୟ ରହିବା ସହ କାଉଡିଆ ଭାଇଭଉଣୀମାନେ ମଧ୍ୟ ଶୃଙ୍ଖଳାର ସହ ପ୍ରଭୁଙ୍କୁ ଜଳାଭିଷେକ କରିପାରିବେ। ଏଥିପାଇଁ ମନ୍ଦିର ପରିସରରେ ପ୍ଲାଷ୍ଟିକ ବ୍ୟାନ କରିବା ସହିତ କାଉଡିଆଙ୍କ ପାଇଁ ମଧ୍ୟ କିଛି ନିୟମ ଜାରି କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ। ଯାହାନୁଯାୟୀ, ନୂଆ ପୋଲ ପୂର୍ବରୁ କାଉଡ଼ିଆମାନେ ଶ୍ରାବଣ ସୋମବାର ବାହୁଙ୍ଗି ରଖିବେ। ଏହାସହିତ କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି କରିବାକୁ ଅନୁମତି ଦିଆଯିବ ବୋଲି ମନ୍ଦିର ପକ୍ଷରୁ କଡା ନିୟମ ଜାରି କରାଯାଇଛି।

Leave A Reply

Your email address will not be published.