ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ

0

ଉତ୍ତରପ୍ରଦେଶ: ପୁଣି ଏକ ଟ୍ରେନ ଦୁର୍ଘଟଣା। ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉତ୍ତରପ୍ରଦେଶର ଗୋଣ୍ଡାରେ ଗୁରୁବାର ଦ୍ୱିପହରରେ ପୁଣି ଏକ ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଛି। ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ଲାଇନଚ୍ୟୁତ ହେଇଛି। ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉତ୍ପନ୍ନ ହେଇଛି। ତେବେ ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ୍ ହେଇଛି ବୋଲି ଖବର ମିଳୁଛି। ଘଟଣାସ୍ଥଳରେ ରେଳ ବିଭାଗର ଉଚ୍ଚ ଅଧିକାରୀମାନେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି।

ତେବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏଥିସହ ଅଧିକାରୀମାନଙ୍କୁ ଘଟଣା ଉପରେ ନଜର ରଖିବାକୁ କହିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଘଟଣାକୁ ଗୁରୁତ୍ୱର ଭାବେ ନିଆଯାଇଛି। ଜିଲ୍ଲା ଅଧିକାରୀମାନଙ୍କୁ ଘଟଣା ସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଛନ୍ତି। ଏଥିସହ ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

Leave A Reply

Your email address will not be published.