ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା

0

କଟକ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ଆଉ ବ୍ୟବହାର ହୋଇ ପାରିବନି ପ୍ଲାଷ୍ଟିକ୍ ସାମଗ୍ରୀ। ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀକୁ ସଂପୂର୍ଣ୍ଣ ବ୍ୟାନ କରିଛି ମନ୍ଦିର ପ୍ରଶାସନ। ଦେବୋତ୍ତର ବିଭାଗ ଓ ପୂଜକ କମିଟି ଦ୍ବାରା ବସିଥିବା ବୈଠକରେ କିଛି ଏମିତି କଡା ନିଷ୍ପତ୍ତି ଦେଇଛନ୍ତି। କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି ହେବ।

ତେବେ ଆଗକୁ ଶ୍ରାବଣ ମାସ ଆସୁଥିବାରୁ ମହାପ୍ରଭୁଙ୍କ ଉପରେ ଜଳାଭିଷେକ ପାଇଁ କାହିଁ କେତେ ଆଡୁ ଭକ୍ତ, ବାବା ଧବଳେଶ୍ୱରଙ୍କ ପାଖକୁ ଛୁଟି ଆସିବେ। ଯାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ କିଛି କଡା ନିୟମ ଜାରି କରିଛି। ଯାହାଦ୍ୱାରା ମନ୍ଦିର ପରିସରର ସ୍ୱଚ୍ଛତା ବଜାୟ ରହିବା ସହ କାଉଡିଆ ଭାଇଭଉଣୀମାନେ ମଧ୍ୟ ଶୃଙ୍ଖଳାର ସହ ପ୍ରଭୁଙ୍କୁ ଜଳାଭିଷେକ କରିପାରିବେ। ଏଥିପାଇଁ ମନ୍ଦିର ପରିସରରେ ପ୍ଲାଷ୍ଟିକ ବ୍ୟାନ କରିବା ସହିତ କାଉଡିଆଙ୍କ ପାଇଁ ମଧ୍ୟ କିଛି ନିୟମ ଜାରି କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ। ଯାହାନୁଯାୟୀ, ନୂଆ ପୋଲ ପୂର୍ବରୁ କାଉଡ଼ିଆମାନେ ଶ୍ରାବଣ ସୋମବାର ବାହୁଙ୍ଗି ରଖିବେ। ଏହାସହିତ କେବଳ ମାଟି ଓ ପିତଳ କଳସ ନେଇ ଜଳ ଲାଗି କରିବାକୁ ଅନୁମତି ଦିଆଯିବ ବୋଲି ମନ୍ଦିର ପକ୍ଷରୁ କଡା ନିୟମ ଜାରି କରାଯାଇଛି।

Leave A Reply

Your email address will not be published.