ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ବନ୍ଦ ହେବନି ଆହାର ଯୋଜନା: ନଗର ଉନ୍ନୟନ ମନ୍ତ୍ରୀ

0

ଭୁବନେଶ୍ବର: ଜନସାଧାରଣଙ୍କ ପାଇଁ ଖୁସି ଖବର। ବନ୍ଦ ହେବନି ଆହାର ଯୋଜନା। ତେବେ ବଦଳି ପାରେ ଆହାର କେନ୍ଦ୍ରର ନାଁ । ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଲୋକପ୍ରିୟ ଆହାର ଯୋଜନା ବନ୍ଦ କରାଯିବନି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ଏହି ଘୋଷଣା କରିଛନ୍ତି। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି, ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନା ଅନୁସାରେ, ଆଜି ସକାଳୁ କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ପରିଦର୍ଶନ କରିବାକୁ ପହଞ୍ଚିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମନ୍ତ୍ରୀ ଆହାର କେନ୍ଦ୍ର ବୁଲି ସମୀକ୍ଷା କରିବା ସହ ଟୋକେନ୍ କାଟି ନିଜେ ଲୋକଙ୍କ ସହ ବସି ଆହାର କେନ୍ଦ୍ରରେ ଖାଇଥିଲେ। ତେବେ ରାଜ୍ୟରେ ବର୍ତମାନ ପନିପରିବା ଦର ଅଧିକ ରହିଥିବାରୁ ଖାଦ୍ୟରେ ପରିବା କମିଥିବା କଥା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଆଗକୁ ଖାଦ୍ୟ ଥାଳିରେ କ’ଣ ଅଧିକ ଦେଇହେବ ତାକୁ ନେଇ ବିଭାଗ ସମୀକ୍ଷା କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ ‘ଆହାର’ ପ୍ରତି ଲୋକଙ୍କ ଆଗ୍ରହ ଥିବାରୁ ଏହା ଏକ ଲୋକପ୍ରିୟ ଯୋଜନା। ତେବେ ଆହାର ନାଁ ପରିବର୍ତ୍ତନ କରାଯିବ କି ନାହିଁ ପରବର୍ତ୍ତୀ ସମୟରେ ସମୀକ୍ଷା ହେବ।

Leave A Reply

Your email address will not be published.