ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଜଗତପୁରରୁ ନକଲି ଚା’ ପତି କାରଖାନା ଠାବ

0

କଟକ: ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ କଟକ ଜଗତପୁର ଲକ୍ଷ୍ମଣପୁରରେ ନକଲି ଚା’ ପତି କାରଖାନା ଠାବ। ବିପୁଳ ପରିମାଣ ଚା’ ପତି ସହ ମେସିନ ଜବତ କଲା ସିଏମସି ଟିମ୍।

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଠାରେ ଥିବା ଏକ ନିର୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ଟାଟା କମ୍ପାନୀ ନାମରେ ନକଲି ପ୍ୟାକିଙ୍ଗ ହେଉଥିଲା ।

ସେପଟେ ଆଜି ଜଗତପୁର ୪୮ ନମ୍ବର ଓ୍ବାର୍ଡ ରେ ସି ଏମ ସି ଏନ୍ ଫୋର୍ସ ମେଣ୍ଟ ଟିମ୍ ଦ୍ବାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉକ୍ତ ଘର ଟିକୁ ମଧ୍ୟ ଭଙ୍ଗା ଯାଇଥିଲା। ଘର ଭାଙ୍ଗିବା ସମୟରେ ଦେଖିବାକୁ ମିଳିଲା ଯେ ଗୁଡ଼ାଏ ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀ ର ଚା ପତି , ଗୋଟିଏ ମିକ୍ସ ଓ ପ୍ୟାକିଙ୍ଗ ମେସିନ , ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ୟାଣ୍ଡ ର ପ୍ୟକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା ଏବେ ନିଜ ହେପାଜତକୁ ନେଇଛି।

Leave A Reply

Your email address will not be published.