ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ଚାନ୍ଦିପୁରରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ଚାନ୍ଦିପୁର: ଅବଦୁଲ୍‌ କଲାମ ଦ୍ୱୀପରୁ ବୁଧବାର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି। ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବ୍ୟାବହାରିକ ପରୀକ୍ଷଣ ହୋଇଛି। ପ୍ରଥମେ ଚାନ୍ଦିପୁରର ୩ ନଂ ଲଞ୍ଚପ୍ୟାଡ୍‌ରୁ ପୃଥ୍ବୀ-୨ ଉତ୍‌କ୍ଷେପଣ କରାଯାଇଥିଲା। ୨୩୦ କିଲୋମିଟର ପର୍ଯ୍ୟନ୍ତ ଏହି ମିସାଇଲ ଲକ୍ଷ୍ୟଭେଦ କରିପାରିବ। ଟାର୍ଗେଟକୁ ସଫଳତାର ସହିତ ଲକ୍ଷ୍ୟଭେଦ କରିଥିବା ସୂଚନା ।

ସୂଚନା ଅନୁସାରେ, ସଫଳ ହେଲା ‘ଡିଆରଡିଓ’ର ପରୀକ୍ଷଣ । ସଠିକତାର ସହ ଟାର୍ଗେଟକୁ ହିଟ୍‌ କଲା ‘ଇଣ୍ଟରସେପ୍ଟର’ ମିସାଇଲ । ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର (ଆଇଟିଆର)ର୩ ନଂ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରକୁ ଧାମରା ନିକଟବର୍ତ୍ତୀ ଅବଦୁଲ କାଲାମ ଦ୍ବୀପରୁ ଉତକ୍ଷେପଣ ହୋଇଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଣ୍ଟରସେପ୍ଟର ମିସାଇଲ୍‌ ଲକ୍ଷ୍ୟଭେଦ କରିଛି । ଅପରାହ୍ନ ୪ଟା ୧୫ ମିନିଟ୍‌ରେ ଏହି ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି । ଏହି ପରୀକ୍ଷଣ ପାଇଁ ଆଜି ଚାନ୍ଦିପୁର ଉପକୂଳବର୍ତ୍ତୀ ଏରିଆରୁ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ପଡିଥିଲା ।

Leave A Reply

Your email address will not be published.