ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ମାଆ ହେଲା ଧଳା ବାଘୁଣୀ ମୌସୁମୀ

0

ଭୁବନେଶ୍ବର: ନନ୍ଦନକାନନରେ ପ୍ରାଣୀ ଉଦ୍ୟାନ ମଧ୍ୟରେ ରହିଥିବା ଧଳା ବାଘୁଣୀ ମୌସୁମୀ ମା’ ହୋଇଛି। ଗତକାଲି (ସୋମବାର) ରାତିରେ ବାଘୁଣୀ ମୌସୁମୀ ଗୋଟିଏ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି। ଉଭୟ ମାଆ ବାଘୁଣୀ ଏବଂ ଶାବକ ସୁସ୍ଥ ଥିବା ଜଣାପଡିଛି।

ସୂଚନା ଅନୁସାରେ,ଗତକାଲି ରାତି ୮ଟା ୫୧ ମିନିଟରେ ଜନ୍ମ ଦେଇଥିଲା ବାଘୁଣୀ ମୌସୁମୀ। ତେବେ ମାଆ ବାଘୁଣୀ ମୌସୁମୀ ଛୁଆଟିର ଯତ୍ନ ନେଉଛି । ନିଜଠାରୁ ଅଲଗା ରଖିନାହିଁ। ଉଭୟ ମାଆ ମୌସୁମୀ ଏବଂ ଶାବକଟି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରବର୍ତ୍ତୀ ସମୟରେ ଛୁଆ ଶାବକଟିର ଶାରୀରିକ ଭାବରେ ପରୀକ୍ଷା କରାଯାଇ ଲିଙ୍ଗ ନିରୂପଣ କରାଯିବ। ଏନେଇ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ ବାଘୁଣୀ ମୌସୁମୀ ଏବଂ ଶାବକର ଯତ୍ନ ନେଉଛନ୍ତି । ସିସିଟିଭିର ପ୍ରତ୍ୟେକଟି ଦୃଶ୍ୟକୁ ଅନୁଧ୍ୟାନ କରାଯାଉଛି। ୨୦୧୬ରେ ନନ୍ଦନକାନନରେ ଜନ୍ମ ହୋଇଥିଲା ବାଘୁଣୀ ମୌସୁମୀ। ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନୀସର ମିଳନରୁ ୨୦୧୬ ମସିହା ଅଗଷ୍ଟ ମାସ ୫ ତାରିଖରେ ଜନ୍ମ ନେଇଥିଲା ମୌସୁମୀ।

Leave A Reply

Your email address will not be published.