ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ

0

ପାଟନା: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍‌ (ଏସ୍‌ଆଇଆର୍‌) ବିରୋଧରେ ଗୁରୁବାର ପାଟନାରେ ମହାଗଠବନ୍ଧନ ପକ୍ଷରୁ ବିକ୍ଷୋଭ ମାର୍ଚ୍ଚ କରାଯାଇଛି। ଲୋକ ଭବନ ଅଭିମୁଖେ ଯାଉଥିବାବେଳେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଆର୍‌ଜେଡି ସାଂସଦ ମିସା ଭାରତୀ ଏବଂ ଭିଆଇପି ମୁଖ୍ୟ ମୁକେଶ ସାହାଣୀଙ୍କୁ ପୁଲିସ ଅଟକ ରଖିଥିଲା।

ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ପାଟନାର ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ଲଗାଯାଇଥିଲା। ତେଜସ୍ୱୀ ଏକ ବ୍ୟାରିକେଡ୍‌ ଉପରକୁ ଚଢ଼ି ଆଗକୁ ବଢ଼ିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପରେ ତିନି ନେତାଙ୍କୁ ଲୋକ ଭବନକୁ ନିଆଯାଇଥିଲା। ତେଜସ୍ୱୀ କହିଥିଲେ, ମହାଗଠବନ୍ଧନର ମୁଖ୍ୟ ଦାବି ହେଉଛି ମୁକ୍ତ ଓ ନିରପେକ୍ଷ ନିର୍ବାଚନ। ଏସ୍‌ଆଇଆର୍‌ ଯୋଗୁ ବହୁ ସଂଖ୍ୟକ ଭୋଟର ପ୍ରଭାବିତ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛି।
ବିକ୍ଷୋଭ ପୂର୍ବରୁ ପାଟନା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ସହ ପାଣିକାନନ୍‌ ମୁତୟନ କରାଯାଇଥିଲା ଏବଂ ବହୁ ସଂଖ୍ୟକ ପୁଲିସ ନିୟୋଜିତ ହୋଇଥିଲେ।

Leave A Reply

Your email address will not be published.