ପ୍ରମୁଖ ଖବର

ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ପ‌ରିବେଶ ପଞ୍ଚାୟତରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ ନିୱାସଠାରେ ଆୟୋଜିତ ଏକ ସମାରୋହରେ ଆପ୍ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି, ଉପରାଜ୍ୟପାଳ ଭିକେ ସାକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଲାସ ଗେହଲୋଟ୍, ଇମ୍ରାନ ହୁସେନ୍ ଏବଂ ମୁକେଶ ଅହଲୱାତ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି
ବାୟୁସେନାର ନୂଆ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂ
ଗିରଫ ହେଲେ ଗ୍ରାମ୍ୟ ନିର୍ମାଣ ମଣ୍ଡଳର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ପ୍ରୀତି ସୁଦନ ହେବେ ୟୁପିଏସସିର ନୂଆ ଅଧ୍ୟକ୍ଷ

0

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏହାର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ସର୍ବାଭାରତୀୟ ସେବା ପରୀକ୍ଷା ପରିଚାଳନା କରୁଥିବା ସଂଘ ଲୋକସେବା ଆୟୋଗ ର ନୂଆ ମୁଖ୍ୟ ହେଲେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପ୍ରୀତି ସୁଦନ । ୧୯୮୩ ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡର ‘ଆଇଏଏସ’ ଅଧିକାରୀ। ନିକଟରେ ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେବା ପରେ ପ୍ରୀତି ଏବେ ଆୟୋଗର ସର୍ବୋଚ୍ଚ ପଦ ଗ୍ରହଣ କରିବାକୁ ଯାଉଛନ୍ତି। ସେ ଅଗଷ୍ଟ ୧ ରୁ ଦାୟିତ୍ୱ ଗ୍ରହଣ କରିବେ। ସୂଚନାଯୋଗ୍ୟ, ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଛି।

ପ୍ରୀତି ସୁଦନ ପ୍ରଶାସକ ଜୀବନରୁ ଅବସର ଗ୍ରହଣ କରିବା ୨୦୨୨ ରୁ ୟୁପିଏସସିର ସଦସ୍ୟ ଭାବେ ସାମିଲ ହୋଇଥିଲେ। ନିକଟରେ ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେବା ପରେ ପ୍ରୀତି ଏବେ ଆୟୋଗର ସର୍ବୋଚ୍ଚ ପଦ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବେ। ପ୍ରୀତି ରାଜ୍ୟ ଓ କେନ୍ଦ୍ର ପ୍ରଶାସନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ ହୋଇଛନ୍ତି। ୩୭ ବର୍ଷର ପ୍ରାଶାସକ ଜୀବନ ପରେ ୨୦୨୨ ରେ ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ। କୋଭିଡ ସମୟରେ ସେ ସ୍ବାସ୍ଥ୍ୟ ସଚିବ ଭାବେ ଚର୍ଚ୍ଚାକୁ ଆସିଥିଲେ। ଏହା ପୂର୍ବରୁ ମଧ୍ୟ ସେ ପ୍ରତିରକ୍ଷା ଓ କେନ୍ଦ୍ର ମହିଳା ସଶକ୍ତିକରଣ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ରାଜ୍ୟ କ୍ୟାଡରରେ ଥିବା ସେ ପର୍ଯ୍ୟଟନ, କୃଷି, ଅର୍ଥ ଓ ଯୋଜନା ବିଭାଗରେ ମଧ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.