ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଅଗଷ୍ଟ ୭ରୁ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ

0

ଭୁବନେଶ୍ବର; ଆସନ୍ତା ଅଗଷ୍ଟ ୭, ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ। ପୁଣେ ଓ ଅହମ୍ମଦାବାଦରେ ହେବ ଏହି ସମ୍ମିଳନୀ। ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଏହି ସମ୍ମିଳନୀରେ ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆଦି ଯୋଗଦେବେ। ନିବେଶକଙ୍କ ସହ ହେବ ୱାନ୍ ଟୁ ୱାନ୍ ଆଲୋଚନା ଓ ଗୋଲ ଟେବୁଲ୍ ବୈଠକ।

ସୂଚନା ଅନୁସାରେ, ଆସନ୍ତା ଅଗଷ୍ଟ ୭ ତାରିଖରୁ ପୁଣେ ଓ ଅହମ୍ମଦାବାଦରେ ଆରମ୍ଭ ହେବ ନିବେଶକ ସମ୍ମିଳନୀ। ଅଗଷ୍ଟ ୭ରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ। ଏହି ସମ୍ମିଳନୀରେ ଯୋଗଦେବେ ଶିଳ୍ପ, ଏମଏସଏମଇ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ। ତେବେ ୨୦୨୯ ସୁଦ୍ଧା ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ଉତ୍କଳ ଉତ୍କର୍ଷ ସମ୍ମିଳନୀ ଆୟୋଜିତ କରି ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.