ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

କୋରାବ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

0

ବିଶାଖାପଟ୍‌ନମ୍‌: ଫ୍ଲାଟଫର୍ମରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ। ଦେଖୁ ଦେଖୁ ହୁ ହୁ ଜଳି ଉଠିଲା ଟ୍ରେନ୍‌। ଫଳରେ ଟ୍ରେନ୍‌ର ତିନୋଟି ବଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଶାଖାପଟ୍‌ନମ୍‌ ଷ୍ଟେଶନରେ ଅଗ୍ନିକାଣ୍ଡ ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ବେଳେ କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଯାଇଛି। ତେବେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଉକ୍ତ ଟ୍ରେନ୍‌ଟି କୋରାବରୁ ତିରୁମାଲା ଯାଇଥାନ୍ତା।

ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଅଗ୍ନିକାଣ୍ଡ ପ୍ରଥମେ ବି ୭ କୋଚର ଶୌଚାଳୟରେ ଶଟସର୍କିଟ ଯୋଗୁ ହୋଇଛି। ବି୭ ବଗି ପୂରା ଜଳି ଯାଇଥିବା ବେଳେ ବି୬ ଓ ଏମ୍୭ ବଗି ଆଶିଂକ ଭାବେ ଜଳିଯାଇଛି। ତେବେ ଏହି ଅଗ୍ନିକାଣ୍ଡ ବେଳେ ବଗିରେ କେହି ନଥିଲେ। ତେଣୁ ଏକ ବଡ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।

Leave A Reply

Your email address will not be published.