ପ୍ରମୁଖ ଖବର

ଇ-୨୦ ଇନ୍ଧନ ନେଇ ନିତିନ ଗଡ଼କରୀଙ୍କ ସ୍ପଷ୍ଟୀକରଣ
ରାଜ୍ୟସଭାରେ ପାରିତ ହେଲା ‘ବନ୍ଦେ ମାତରମ୍’ ସୁରକ୍ଷା ବିଲ୍, ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଓଟିଆଣ୍ଡଏଏସ୍ କ୍ୟାଡର୍‌ରେ ରଦବଦଳ, ୧୯୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ମୃତ
କୋଇଲା ବ୍ଲକ ମାମଲାରେ ମନମୋହନ ସିଂଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍
ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍, ୨୦୨୬

ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’

0

ଭୁବନେଶ୍ବର: ରାଜ୍ୟ ସରକାର ‘ଭାଙ୍ଗ’କୁ ମାଦକ ଦ୍ରବ୍ୟ ଭାବେ ଘୋଷଣା ଘୋଷଣା କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦ ର ୨୦୧୩) ର ଧାରା ୨ (ଟି) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର “ଭାଙ୍ଗ”କୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହାକୁ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଔଷଧ ଭାବରେ ବ୍ୟବ‌ହାର କରାଯାଏ ।ଫଳରେ ଏହା ବିଶୃଙ୍ଖଳା, ଶତ୍ରୁତା, ବିକୃତି, ମତିଭ୍ରମ ଏବଂ ଚିନ୍ତା ଶକ୍ତି ହରାଇବାର କାରଣ ହୋଇଥାଏ। ପୁରାଣ ଯୁଗରୁ ଭାଙ୍ଗର ପ୍ରଚଳନ ଭାରତରେ ଅଛି ଓ ଏହା ଉତ୍ତର ଭାରତୀୟ ସଂସ୍କୃତିର ଏକ ଅଂଶ । ସାଧୁମାନେ ଏହାର ଉତ୍ତେଜକ ଗୁଣକୁ ବ୍ୟବ‌ହାର କରି ଭଗବାନ ସାନ୍ନିଧ୍ୟ ପାଇବା ନିମନ୍ତେ ଅଧିକ ଧ୍ୟାନ ରତ ହୁଅନ୍ତି ।

Leave A Reply

Your email address will not be published.