ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ମାଓବାଦୀଙ୍କ ବର୍ବରକାଣ୍ଡ, ପିଟି ପିଟି ମାରିଦେଲେ ଦଶମ ଶ୍ରେଣୀ ଛାତ୍ରଙ୍କୁ

0

ଛତିଶଗଡ଼: ଛତିଶଗଡ଼ରେ ପୁଣି ତେଜିଲେଣି ମାଓବାଦୀ। ନିର୍ମମ ଭାବେ ପିଟିପିଟି ନେଇଗଲେ ଜଣେ ୧୬ ବର୍ଷର ଛାତ୍ରର ଜୀବନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ସୁକମା ଜିଲ୍ଲାରେ। ତେବେ କିଛି ଦିନ ହେବ ଓଡିଶା ଓ ଛତିଶଗଡ ସୀମାରେ ମାଓ କାର୍ଯ୍ୟକଳାପ କିଛି ଟା ଥିମିଥିବା ଭିତରେ ପୁଣି ବର୍ବରକାଣ୍ଡ ଭିଆଇଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପୋଲିସ ସୂଚନାକାରୀ ସନ୍ଦେହ କରି ଅତି ନିର୍ମମ ଭାବରେ ପିଟିପିଟି ମାରିଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଢ ସୁକମା ଜିଲ୍ଲା ପୂଭର୍ତ୍ତି ଗାଁରେ ଜଣେ ୧୬ ବର୍ଷର ଦଶମ ଛାତ୍ର ଓ ତାଙ୍କର ୧୯ ବର୍ଷ ବୟସର ଭାଇଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ହତ୍ୟା କରିଛନ୍ତି ମାଓବାଦୀ। ତେବେ ଏହାକୁ ନେଇ ସୁକୁମା ଏସପି କହିଛନ୍ତି, ପ୍ରଥମେ ଆମେ ମଙ୍ଗଳବାର ରାତିରେ ପୂଭର୍ତ୍ତି ଗାଁର ଜଣେ ୧୬ ବର୍ଷର ଛାତ୍ର ସୋଏମ ଶଙ୍କରଙ୍କୁ ମାଓବାଦୀ ତାଙ୍କ ଘରେ ପଶି ପିଟିକି ମାରିଦେଇଥିବା ସୂଚନା ପାଇଥିଲୁ । ଯେତେବେଳେ ଏନେଇ ଆମେ ତଦନ୍ତ ଆରମ୍ଭ କଲୁ ପରେ ଜଣାପଡିଥିଲା ତାର ପୂର୍ବ ସପ୍ତାହରୁ ତାଙ୍କର ଭାଇ, ଯାହାଙ୍କର ବୟସ ୧୯ ବର୍ଷ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ। ତେବେ ଉକ୍ତ ସ୍ଥାନରେ ପୋଲିସର ସୁରକ୍ଷା କଡାକଡି ହେବାରୁ ମାଓବାଦୀମାନେ କ୍ଷୁବ୍ଧ ହୋଇ ଏଭଳି କାଣ୍ଡ କରିଥିବା କହିଛନ୍ତି ଏସପି।

Leave A Reply

Your email address will not be published.