ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଝାଡଖଣ୍ଡ ରାଜନୀତିରେ ବଡ଼ ହଲଚଲ

0

ରାଞ୍ଚି: ଆଉ ପ୍ରାୟ ଦୁଇମାସ ବାକି ଥିବା ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ଝାଡଖଣ୍ଡ ରାଜନୀତିରେ ବଡ଼ ହଲଚଲ। ଶାସକ ‘ଜେଏମଏମ’କୁ ଲାଗିପାରେ ଶକ୍ତ ଝଟ୍‌କା। ନିଜର କିଛି ଅନୁଗତ ବିଧାୟକଙ୍କ ସହ ବିଜେପିରେ ମିଶି ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ।

ସୂଚନାନୁସାରେ, ଗତକାଲି କୋଲକାତାରେ ଥିବା ଚମ୍ପାଇ ସୋରେନ୍ ‘ଜେଏମଏମ’ର ୬ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ବିଧାୟକଙ୍କ ସହ ସେ ଆଜି ଦିଲ୍ଲୀରେ ବିଜେପିର ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ମାତ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଚମ୍ପାଇ ଏହାକୁ ଖଣ୍ଡନ କରିଛନ୍ତି। ଦିଲ୍ଲୀରେ ତାଙ୍କର କାହା ସହ କଥାବାର୍ତ୍ତା ହୋଇନାହିଁ ବୋଲି ଚମ୍ପାଇ କହିଛନ୍ତି।

କିନ୍ତୁ ଚମ୍ପାଇ ସୋରେନ କିଛି ଦିନ ହେଲା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟରେ ସେ ଆଜି ଦିଲ୍ଲୀ ଯାଉଛନ୍ତି। ତାଙ୍କ ସହ ୬ଜଣ ବିଧାୟକ ମଧ୍ୟ ରହିଛନ୍ତି। ଏହି ବିଧାୟକମାନଙ୍କ ସହ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତୃତ୍ବଙ୍କ ସମ୍ପର୍କ ହୋଇପାରୁ ନାହିଁ। ଏହି ବିଧାୟକମାନଙ୍କ ମଧ୍ୟରେ ଦଶରଥ ଗଗରାଇ, ରାମଦାସ ସୋରେନ, ଚାମରା ଲିଣ୍ଡା, ଲୋବିନ ହେମ୍ବ୍ରମ ଓ ସମୀର ମହାନ୍ତି ଥିବା କୁହାଯାଉଛି। ସୂତ୍ରରୁ ଏହା ମଧ୍ୟ ଶୁଣାଯାଉଛି ଯେ, ଗତକାଲି (ଶନିବାର) ରାତିରେ ଚମ୍ପାଇ ସୋରେନ କୋଲକାତାର ଏକ ହୋଟେଲର ରହିଥିଲେ। ସେଠାରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଆଉ କିଛି ପ୍ରମୁଖ ବିଜେପି ନେତାଙ୍କୁ ଭେଟିଥିଲେ।

Leave A Reply

Your email address will not be published.