ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଝାଡଖଣ୍ଡ ରାଜନୀତିରେ ବଡ଼ ହଲଚଲ

0

ରାଞ୍ଚି: ଆଉ ପ୍ରାୟ ଦୁଇମାସ ବାକି ଥିବା ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ଝାଡଖଣ୍ଡ ରାଜନୀତିରେ ବଡ଼ ହଲଚଲ। ଶାସକ ‘ଜେଏମଏମ’କୁ ଲାଗିପାରେ ଶକ୍ତ ଝଟ୍‌କା। ନିଜର କିଛି ଅନୁଗତ ବିଧାୟକଙ୍କ ସହ ବିଜେପିରେ ମିଶି ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ।

ସୂଚନାନୁସାରେ, ଗତକାଲି କୋଲକାତାରେ ଥିବା ଚମ୍ପାଇ ସୋରେନ୍ ‘ଜେଏମଏମ’ର ୬ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ବିଧାୟକଙ୍କ ସହ ସେ ଆଜି ଦିଲ୍ଲୀରେ ବିଜେପିର ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ମାତ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଚମ୍ପାଇ ଏହାକୁ ଖଣ୍ଡନ କରିଛନ୍ତି। ଦିଲ୍ଲୀରେ ତାଙ୍କର କାହା ସହ କଥାବାର୍ତ୍ତା ହୋଇନାହିଁ ବୋଲି ଚମ୍ପାଇ କହିଛନ୍ତି।

କିନ୍ତୁ ଚମ୍ପାଇ ସୋରେନ କିଛି ଦିନ ହେଲା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟରେ ସେ ଆଜି ଦିଲ୍ଲୀ ଯାଉଛନ୍ତି। ତାଙ୍କ ସହ ୬ଜଣ ବିଧାୟକ ମଧ୍ୟ ରହିଛନ୍ତି। ଏହି ବିଧାୟକମାନଙ୍କ ସହ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତୃତ୍ବଙ୍କ ସମ୍ପର୍କ ହୋଇପାରୁ ନାହିଁ। ଏହି ବିଧାୟକମାନଙ୍କ ମଧ୍ୟରେ ଦଶରଥ ଗଗରାଇ, ରାମଦାସ ସୋରେନ, ଚାମରା ଲିଣ୍ଡା, ଲୋବିନ ହେମ୍ବ୍ରମ ଓ ସମୀର ମହାନ୍ତି ଥିବା କୁହାଯାଉଛି। ସୂତ୍ରରୁ ଏହା ମଧ୍ୟ ଶୁଣାଯାଉଛି ଯେ, ଗତକାଲି (ଶନିବାର) ରାତିରେ ଚମ୍ପାଇ ସୋରେନ କୋଲକାତାର ଏକ ହୋଟେଲର ରହିଥିଲେ। ସେଠାରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଆଉ କିଛି ପ୍ରମୁଖ ବିଜେପି ନେତାଙ୍କୁ ଭେଟିଥିଲେ।

Leave A Reply

Your email address will not be published.