ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା

0

ବ୍ରହ୍ମଗିରି: ପୁଣି ଚିଲିକା ହ୍ରଦ ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା। ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଫସିଯାଇଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକି ରହିଛି। ଉକ୍ତ ଡଙ୍ଗାରେ ୪୦ରୁ ଉଦ୍ଧର୍‌ବ ଯାତ୍ରୀ ଥିବା ବେଳେ ପ୍ରାୟ ୨୦ଟି ବାଇକ୍‌ ରହିଛି। ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ସମୟରେ ଚିଲିକା ମଝିରେ ଅଟକି ଯାଇଥିଲା। ଘଣ୍ଟାଏ ହେବ ଉକ୍ତ ଡଙ୍ଗାଟି ଫସି ରହିଥିବା ଜଣାପଡ଼ିଛି। ସକାଳୁ ଡଙ୍ଗାଟି ଜହ୍ନିକୁଦା ଘାଟ ନିକଟରୁ ଯାତ୍ରା ଆରମ୍ଭ କରିଥିଲା। କିଛି ବାଟ ଯିବା ପରେ ହଠାତ୍ ଡଙ୍ଗାଟିର ଇଞ୍ଜିନ୍ ଖରାପ୍ ହୋଇଯାଇଥିଲା। ଫଳରେ ମଝି ଚିଲିକାରେ ଡଙ୍ଗାଟି ଅଟକି ରହିଛି। ଯାତ୍ରୀମାନେ ହନ୍ତସନ୍ତ ହେଉଥିବାବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଥାଉକି ସାତପଡ଼ାରୁ ଜହ୍ନିକୁଦାକୁ ଦୀର୍ଘ ୫ କିଲୋମିଟର ଜଳ ପଥ ରହିଛି। ଯେଉଁ ଜଳପଥ ଦେଇ ଦୈନିକ ଡଙ୍ଗା ଯାତାୟାତ କରନ୍ତି ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଳକର ୧୪ଟି ପଞ୍ଚାୟତର ବାସିନ୍ଦା। ତେବେ ଏଥିପାଇଁ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରାଯାଇଛି। ତେବେ ଚିଲିକାର ସାତପଡ଼ାରୁ ଜହ୍ନିକୁଦା ଯାଏ ଚିଲିକାରେ ଏକ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଛି। ହେଲେ ଏଠାରେ ଲୋକଙ୍କ ସୁରକ୍ଷା ବିଷୟରେ ସତେ ଯେମତି ସରକାର ଭୁଲିଯାଇଛନ୍ତି। ପ୍ରକାଶ ଥାଉ କି ପୂର୍ବରୁ ଅନେକ ଥର ଯାତ୍ରୀ ବାହି ଡଙ୍ଗା ଫସିଥିବାର ମଧ୍ୟ ନଜରେ ରହିଛି।

Leave A Reply

Your email address will not be published.