ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ଓଡ଼ିଶାରେ ଅଛି ସୁନା ଖଣି : ଖଣି ମନ୍ତ୍ରୀ

0

ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପ୍ରଥମରୁ ମଦମୃତ୍ୟୁ ଓ ଇଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଗୃହ ମଝିକୁ ଆସି ହୋହାଲ୍ଲା କରିଥିଲେ ତାରା ବାହିନୀପତି ଓ ଅନ୍ୟ ବିଧାୟକ। ଏହାରି ଭିତରେ ଖଣି ମନ୍ତ୍ରୀଙ୍କୁ ସୁନା ଖଣି ସମ୍ପର୍କରେ ପ୍ରଶ୍ନ କରିଥିଲେ ତାରା ବାହିନୀପତି। ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା କହିଲେ ଖଣି ମନ୍ତ୍ରୀ ବିଭୁତି ଜେନା।
ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି। ଦେବଗଡ଼ ଜିଳା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥରର ସନ୍ଧାନ ମିଳିଛି। ଜିଏସ୍‌ଆଇ ଦ୍ବାରା ତମ୍ବାପଥର ଉତ୍ତୋଳନ ବେଳେ ସୁନାର ସନ୍ଧାନ ମିଳିଛି। ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ବିକ ଆକଳନରୁ ବି ଜଣାପଡ଼ିଛି। ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି। ଜିଏସ୍‌ଆଇ ଦ୍ବାରା ତମ୍ବାପଥର ଅନ୍ବେଷଣ ବେଳେ ମିଳିଛି ସୁନା ସନ୍ଧାନ। ଏହି ଅଞ୍ଚଳରେ ସୁନା ଗଛିତ ଥିବା ଭୂତାତ୍ତ୍ବିକ ଆକଳନରୁ ଜଣାପଡ଼ିଛି। ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ। ଓଡ଼ିଶାରେ ସୁନାଖଣି ହେଲେ ଏହା ରାଜ୍ୟର ଅର୍ଥନୀତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।

ସୂଚନା ଥାଉକି, କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି। ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି। ସେହିପରି ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷଣ ଚାଲିଛି। ଅପରପକ୍ଷରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସୁନା ଖଣି ଥିବା ସୂଚନା ମିଳିଛି।

Leave A Reply

Your email address will not be published.