କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବିଜୟ । ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ଲିଲିତା ଦାସ ନିର୍ନ୍ଦ୍ୱନ୍ଦରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି । ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରତିଦ୍ବନ୍ଦିତା କରିନଥିଲେ । ଫଳରେ ପୁଣିଥରେ ବିଜେଡି ଦଖଲରେ ରହିଛି କେନ୍ଦ୍ରାପଡା ଜିଲ୍ଲା ପରିଷଦ । ଆଜି ସକାଳେ ଲିଲିତା ଦାସଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଥିଲା । ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।
ଆଜି ଅନୁଷ୍ଠିତ ନିର୍ବାଚନରେ ବିଜେଡି ତରଫରୁ ପାଞ୍ଚ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସେ, ନବୀନ ନିବାସକୁ ଆସି ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜିଲ୍ଲାପରିଷଦ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସୁଚନାଯୋଗ୍ୟ ଆଜି ଅନୁଷ୍ଠିତ ନିର୍ବାଚନରେ ଲିଲିତା ଦାସ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଜିଲ୍ଲାପରିଷଦର ୩୧ ଜଣ ସଦସ୍ୟଙ୍କ ମଧ୍ୟରୁ ୨୯ଜଣ ହେଉଛନ୍ତି ବିଜୁ ଜନତା ଦଳର । ଏହି ଅବସରରେ ବିରୋଧିଦଳ ନେତା ଶ୍ରୀ ପଟ୍ଟନାୟକ କହିଥିଲେ ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥିରେ ଅଛି । ଲୋକଙ୍କ ପାଇଁ କାମ କରୁଛି ଓ କରିଚାଲିବ । ଆପଣମାନେ ଲୋକଙ୍କ ପାଇଁ ଭଲ କାମ ଜାରି ରଖନ୍ତୁ, ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି ।
ପ୍ରମୁଖ ଖବର
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍