ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ରାଜ୍ୟରେ ଡେଙ୍ଗୁ ଅଣାୟତ୍ତ

0

ଭୁବନେଶ୍ୱର: ରାଜ୍ୟରେ ଏବେ କାୟା ମେଲାଇଛି ଡେଙ୍ଗୁ । ଆଉ ବର୍ଷାଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ଅଣାୟତ୍ତ ହେବାରେ ଲାଗିଛି । ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୭ଶହ ଉପରେ। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସବୁଠୁ ଅଧିକ । କେବଳ ସୁନ୍ଦରଗଡ଼ରୁ ୭୨୭ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଭୁବନେଶ୍ୱରରେ ଦୈନିକ ୮୦ ନୂଆ ପଜିଟିଭ୍ । ସେହିପରି କଟକ, ବଲାଙ୍ଗିର ଓ ବାଲେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ଚିହ୍ନଟ ହୋଇଛି । ଏହାକୁ ନେଇ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଭାଗ ଟିମ୍ ଭିଜିଟ୍ କରିଛନ୍ତି । ଏହାପରେ ଆକ୍ରାନ୍ତଙ୍କ ଟେଷ୍ଟି ବଢିଛି । ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ ଲାଗିରହୁଛି ।

Leave A Reply

Your email address will not be published.