ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଧାରଣାରେ ବସିଲେ ଶରଦ ପାୱାର

0

ମହାରାଷ୍ଟ୍ର: ହାତରେ କଳାପଟି ପିନ୍ଧି ଧାରଣାରେ ବସିଲେ ଶରଦ ପାୱାର । ଦୁଇ ବାଳିକାଙ୍କ ପ୍ରତି ହୋଇଥିବା ପିଶାଚିକ ଅତ୍ୟାଚାର ଘଟଣା ବିରୋଧରେ ରାସ୍ତାକୁ ଓହ୍ଳାଛନ୍ତି ପାୱାର ।
ମହାରାଷ୍ଟ୍ରରେ ବାଦଲପୁର ସ୍କୁଲରେ ବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର, କଂଗ୍ରେସ ଏବଂ ଶିବସେନା (ୟୁବିଟି) ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହା ବିକାଶ ଅଗାଡି ଆଜି ଏ ସମ୍ପର୍କରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଥିଲା।

ତେବେ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ଏହା ପରେ ପୁଣେରେ ଏମଭିଏ ଦଳ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶରଦ ପାୱାର ଦଳର ନେତା ତଥା କଳାପଟି ପିନ୍ଧିଥିବା କର୍ମୀଙ୍କ ସହ ଧାରଣାରେ ବସିଛନ୍ତି। ତାଙ୍କ ସହ ଝିଅ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଅଛନ୍ତି।

ସୁପ୍ରିୟା ସୁଲେ ମଧ୍ୟ ବଦଲାପୁର ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତ, ‘ବାବା ସାହେବ ଆମ୍ବେଦକର ସମସ୍ତଙ୍କୁ ଅଧିକାର ଦେଇଛନ୍ତି, କିନ୍ତୁ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣା ବଢ଼ିବାରେ ଲାଗିଛି। କିଛି ଘଟଣା ବାରମ୍ବାର ପୁନରାବୃତ୍ତି ହେଉଛି। କେତେକ କ୍ଷେତ୍ରରେ ପୁଲିସର ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ଲୋକଙ୍କ ମନରେ ପୁଲିସ ପ୍ରତି ଆଉ ଭୟ ନାହିଁ। ମୁଁ ଏଭଳି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରୁଛି।’
ଏହି ସମୟରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ମହା ବିକାଶ ଅଗାଡି ଆଜି ଏକ ବନ୍ଦ ଡାକରା ଦେଇଛନ୍ତି। ଏହା ନ କରିବାକୁ କୋର୍ଟ କହିଛନ୍ତି। ଆମେ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ, କିନ୍ତୁ ଆମେ ବିରୋଧ କରିବୁ। କଂଗ୍ରେସ, ଏନସିପି ଏବଂ ଶିବସେନା ଆଜି ସକାଳ ୧୧ଟାରେ ବିରୋଧ କରୁଛି। ଆମ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ଆମର ସଂଗ୍ରାମ ଜାରି ରହିବ ।

Leave A Reply

Your email address will not be published.