ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଆପାର୍ଟମେଣ୍ଟର ଆଉଟ୍‌ହାଉସରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

0

ଭୁବନେଶ୍ବର: ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସେହି ଘରେ ଲିଭ ଇନ୍ ରେ ରହୁଥିବା ସୂଚନା ମିଳିଥିବା ବେଳେ ପରିବାର ଲୋକ କିନ୍ତୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସେପଟେ ପୁରୁଷ ବନ୍ଧୁ ଜଣଙ୍କ ଫେରାର ଥିବା ସୂଚନା ମିଳିଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଦାମନଯୋଡ଼ି ଥାନା ମାଥାଲପୁଟ ଗାଁର ଜ୍ୟୋତିରେଖା ପରିଡ଼ା ଏମସିଏ ପାଠ ପଢା ସାରି ଭୁବନେଶ୍ବର ଏକ ଆପାର୍ଟମେଣ୍ଟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଲିଭ ଇନ ସଂପର୍କରେ ରହୁଥିଲେ। ତାଙ୍କ ପୁରୁଷ ବନ୍ଧୁଙ୍କ ଘର ଗଞ୍ଜାମ। କିନ୍ତୁ ଏଥିରେ ଯୁବତୀଙ୍କ ପରିବାର ଲୋକେ ରାଜି ନଥିଲେ। ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ପୁରୁଷ ବନ୍ଧୁ ଜଣଙ୍କ ଯୁବତୀଙ୍କୁ ବିବାହ କରିଥିଲେ। ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ତେବେ ରାକ୍ଷୀ ପୂର୍ଣ୍ଣିମାଠାରୁ ଉଭୟରେ ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍‌ହାଉସରେ ରହୁଥିଲେ। ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ କହିବା ଅନୁସାରେ ଜ୍ୟୋତିରେଖା ଓ ତାଙ୍କ ପ୍ରେମିକ ପ୍ରିୟଙ୍କୁ ଦିନ ବେଳାରେ କେବେ ଦେଖିବାକୁ ପାଆନ୍ତି ନାହିଁ। ତେବେ ଗୁରୁବାର ରାତିରେ ଆପାର୍ଟମେଣ୍ଟ ସୋଶାଇଟି ମେମ୍ୱରମାନେ ଆଉଟ୍‌ହାଉସ୍‌ରେ ଝୁଲନ୍ତା ମୃତଦେହ ଦେଖି ଖଣ୍ଡଗିରି ଥାନା ପୁଲିସ୍‌କୁ ଖବର ଦେଇଥିଲେ। ଯାହାକୁ ଆଧାର କରି ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ପୋଲିସ୍। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଖୋଳତାଳ ଆରମ୍ଭ କରିଛି।

Leave A Reply

Your email address will not be published.