ପ୍ରମୁଖ ଖବର

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

ଜନ୍ମ ଦିନରେ ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ

0

ଭୁବନେଶ୍ବର: ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ ଓଡିଶା ଗସ୍ତ କରି ସୁଭଦ୍ରାର ପ୍ରଥମ କିସ୍ତିର ଶୁଭାରମ୍ଭ କରିବେ। ଏହା ସହିତ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସୁଭଦ୍ରାର ଶୁଭାରମ୍ଭ ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଗୋଟିଏ ସ୍କିମରେ ସବୁଠୁ ବେଶୀ ମହିଳା ଉପକୃତ ଯୋଜନା ହେଉଛି ‘ସୁଭଦ୍ରା’। ଓଡ଼ିଶାର ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ‘ସୁଭଦ୍ରା’ର ସୁଫଳ ପାଇବେ।

ଏହା ସହ ଭୁବନେଶ୍ୱରରେ ୨୮୦୦ କୋଟିର ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ। ୧ ହଜାର କୋଟିର ନ୍ୟାସନାଲ ହାଇୱେ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ଦେଶର ୧୩ ଲକ୍ଷ PMAY-G ହିତାଧିକାରୀଙ୍କ ପ୍ରଥମ କିସ୍ତି ରିଲିଜ କରିବା ସହ, ୧୪ଟି ରାଜ୍ୟର PMAY-G ହିତାଧିକାରୀ ଏହାର ଉପକାର ପାଇବେ।

ଅନ୍ୟପକ୍ଷେ ଆସନ୍ତା ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ। ରବିବାର ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ। ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା ହେବ।

Leave A Reply

Your email address will not be published.