ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଆସନ୍ତାକାଲି ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ତଥା ଚର୍ଚ୍ଚିତ ସୁଭଦ୍ରା ଯୋଜନା। ଏଯାବତ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି ଦେବେ। ଏଥିପାଇଁ ଉତ୍ସାହିତ ପ୍ରତିଟି ମହିଳା।
ତେବେ ଏହି ଉତ୍ସାହ ମଧ୍ୟରେ ଏବେ ଠକେଇ ଶିକାର ହେଉଛନ୍ତି ମହିଳା। ଏନେଇ ସତର୍କ କରାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ମହିଳାମାନେ ଏଭଳି ସାଇବର ଠକେଇ ଠାରୁ ଦୂରାଇ ରୁହନ୍ତୁ। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଫୋନକୁ ଲିଙ୍କ୍ ଓ ଫ୍ରଡ୍ କଲ୍ ଆସୁଥିବା ଅଭିଯୋଗ ହୋଇଛି। ସରକାର କୌଣସି ଲିଙ୍କ କିମ୍ବା ଫୋନ କଲ୍ ହିତାଧିକାରୀଙ୍କ ପାଖକୁ ପଠାଉନାହାନ୍ତି। ତେଣୁ ଏଭଳି ଲିଙ୍କଙ୍କୁ କ୍ଲିକ୍ କରନ୍ତୁ ନାହିଁ ବୋଲି ସତର୍କ କରାଇଛନ୍ତି ପ୍ରଭାତି ପରିଡା।

ଏନେଇ ଜଣେ ମହିଳା ସାଇବର ଠକର ଶିକାର ହୋଇ ୧୨ ହଜାର ଟଙ୍କା ହରାଇଥିବା ସୂଚନା ମିଳିଛି। ତେଣୁ ଆପଣ ମାନେ ଫର୍ମ ଭରନ୍ତୁ, ପଞ୍ଚିକରଣ କରନ୍ତୁ,. ଟଙ୍କା ଆପଣଙ୍କ ଖାତାକୁ ଯିବ। ଏନେଇ କାହାର କଥାକୁ ବି ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଭାତି ପରିଡା।

Leave A Reply

Your email address will not be published.