ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୁଣି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼

0

ଆମେରିକା: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ଵିତୀୟ ଥରେ ପାଇଁ ଗୁଳିମାଡ଼ ହୋଇଛି। ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍‌ର ଗୋଲ୍ଫ କ୍ଲବରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ସୁରକ୍ଷିତ ଥିବା ନେଇ ବିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଟ୍ରମ୍ପ। ଏନେଇ ତଦନ୍ତ ଆରମ୍ଭ କରିଛନ୍ତି ସିକ୍ରେଟ ସର୍ଭିସ ।

ସୂଚନା ଅନୁସାରେ, ଫ୍ଲୋରିଡାର ୱେଷ୍ଟ ପାମ ବିଚରେ ଥିବା ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗଲ୍ଫ କୋର୍ସ ନିକଟରେ ଗୁଳି ବିନିମୟ ହୋଇଥିଲା। ଆମେରିକୀୟ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ କ୍ଲବ ନିକଟରେ ବନ୍ଧୁକ ଧରିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବା ପରେ ଗୁଳି ଚଳାଇଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛି ଏଫବିଆଇ।

ସେପଟେ ଏନେଇ ପାଲ୍ ବିଚ୍ କାଉଣ୍ଟିର ଶେରିଫ୍ ରିକ୍ ବ୍ରେଡସା କହିଛନ୍ତି ଯେ, ଟ୍ରମ୍ପ୍ ଗଲ୍ଫ କୋର୍ସରେ ଗଲ୍ଫ ଖେଳୁଥିବା ବେଳେ ନିକଟରୁ ଜଣେ ଦୁର୍ବୃତ୍ତର ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରୁ ଫେରାର ହୋଇଥିବା ସନ୍ଦିଗ୍ଧକୁ ଗିରଫ କରାଯାଇଛି। ତାଠାରୁ ଏକେ-୪୭ ଜବତ କରାଯାଇଛି। ବ୍ରେଡସା ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଧୁକଧାରୀ ଟ୍ରମ୍ପଙ୍କ ଠାରୁ ପ୍ରାୟ ୪୦୦ ରୁ ୫୦୦ ମିଟର ଦୂରରେ ଥିଲେ ଏବଂ ଟିକେ ଦୁରରେ ଲୁଚି ରହିଥିଲେ। ଏଫ୍‌ବିଆଇର ତଦନ୍ତ ଆରମ୍ଭ ହୋଇଛି । ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଜୁଲାଇ ୧୩ରେ ପେନସିଲଭାନିଆରେ ହୋଇଥିବା ଗୁଳିମାଡ଼ରେ ଟ୍ରମ୍ପ ଆହତ ହୋଇଥିଲେ ।

Leave A Reply

Your email address will not be published.