ପ୍ରମୁଖ ଖବର

ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଯୋଜନା
ଅନ୍ତ୍ୟୋଦୟ ଗୃହ ଯୋଜନାରେ ୧ ଲକ୍ଷ ରୁ ଅଧିକ ହିତାଧିକାରୀ ପାଇବେ ଘର
ପୋଲିସ ଏନକାଉଣ୍ଟର କୁଖ୍ୟାତ ବ୍ରାଉନସୁଗାର ମାଫିଆ ଶେଖ ଜାମସେଦ ଗୁରୁତର
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି

ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁଲା ମା

0

ହରିପୁର: ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି-ନିମାପଡ଼ା ରାସ୍ତାର ହରିପୁରରେ। ସେଠାରେ ଥିବା ଭାର୍ଗବୀ ନଦୀ ବ୍ରିଜ୍ ଉପରୁ ମହିଳା ନିଜ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନଦୀରେ ଖୋଜାଖୋଜି କରିଥିଲେ। ତେବେ ଘଟଣାସ୍ଥଳରୁ ଦେଢ କିଲୋମିଟର ଦୂର ସୁନାପଦା ଗ୍ରାମ ନିକଟରେ ୨ ଜଣ ଗ୍ରାମବାସୀ ଗଭୀର ନଦୀନାଳରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

Leave A Reply

Your email address will not be published.