ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ

0

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ ଚିବ୍। ନିଯୁକ୍ତି ନେଇ ସୂଚନା ଦେଲେ କେସି ବେଣୁଗୋପାଳକଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟକରି ଆସୁଥିଲେ।

ଏହା ପୂର୍ବରୁ ସେ ଜମ୍ମୁ-କଶ୍ମୀର ପ୍ରଦେଶ ଯୁବକଂଗ୍ରେସର ସଭାପତି ରହିଥିଲେ। ଉଦୟଭାନୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ଯୁବକଂଗ୍ରେସର ବିଦାୟୀ ଅଧ୍ୟକ୍ଷ ଶ୍ରୀନିବାସ ବି.ଭି.ଙ୍କ ଅବଦାନ ପାଇଁ ତାଙ୍କୁ ଦଳ ପ୍ରଶଂସା କରିଛି। ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର କମିଟିରେ ଉଦୟଭାନୁ ରହିଛନ୍ତି।

Leave A Reply

Your email address will not be published.