ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଅଧା ରାସ୍ତାରେ ଯୁବତୀ ମୃତ

0

ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ

କଳାହାଣ୍ଡି: ସରକାର ଯୋଜନା ଉପରେ ଯୋଜନା କରିଚାଲିଥିବା ବେଳେ ରୋଗୀ ସେବା ପାଇଁ ଆମ ରାଜ୍ୟରେ ଗାଁକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ଟିଏ ନାହିଁ। ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନ ପାରିବାରୁ ରାସ୍ତାରେ ଜଣେ ଯୁବତୀଙ୍କୁ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ସଦର ବ୍ଲକ ଯୁଗସାଏପାଟଣା ମାଣ୍ଡିଆବିରି ଗାଁରେ।

ସୂଚନା ଅନୁଯାୟୀ, ମାଣ୍ଡିଆବିରି ଗାଁରେ ଜଣେ ଯୁବତୀ ଅସୁସ୍ଥ ହୋଇପଡିଥିଲେ। ଏନେଇ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଗାଁକୁ ଆସଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଆସି ନ ପାରି ୫କି.ମି ଦୂରରେ ଅଟକି ରହିଥିଲା। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଏକ ଖଟିଆରେ ଯୁବତୀଙ୍କୁ ଧରି ଚାଳିକି ଆମ୍ବୁଲାନ୍ସ ପାଖକୁ ଆସୁଥିଲେ। ହେଲେ ଆମ୍ବୁଲାନ୍ସ ପାଖକୁ ଆଣିବା ପୂର୍ବରୁ ଅଧା ରାସ୍ତାରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ପରିବାର ଲୋକେ ମୃତଦେହ ଧରି ଅଧାବାଟରୁ ଘରକୁ ଫେରିଯାଇଥିବା ଜଣାପଡିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.