ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ବଢ଼ିଲା ଘରୋଇ ଡିଲରଙ୍କ ଲାଇସେନ୍ସ ଅବଧି

0

ଭୁବନେଶ୍ବର: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସରକରଙ୍କ ବଡ ଘୋଷଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ବିଭାଗରେ ୭ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି।

ଏହି ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ଘରୋଇ ଡିଲରଙ୍କୁ ସୁବିଧା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ବେସରକାରୀ ବା ଘରୋଇ ଡିଲରଙ୍କ ଲାଇସେନ୍ସ ଅବଧି ଆଉ ଦେଢ଼ ବର୍ଷର ବଢ଼ାଇଲେ ସରକାର। ୨୦୨୬ରେ ପ୍ରଦର୍ଶନ ଭିତ୍ତିରେ ନିଆଯିବ ନିଷ୍ପତ୍ତି। ପରିସଂଖ୍ୟାନ ବିଭାଗର ତଥ୍ୟ ବିତରଣ ନିୟମରେ ସଂଶୋଧନ ହେବ।

ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୧୫ ନଭେମ୍ବର ମାସରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ କାର୍ଯ୍ୟକାରୀ ହେଉଛି ଓ ଏହି ଆଇନରେ ୬ମାସ ମଧ୍ୟରେ ଘରୋଇ ଡିଲର ବ୍ୟବସ୍ଥା ଉଚ୍ଛେଦ ପାଇଁ ପ୍ରାବଧାନ ଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ାଇ ଚାଲିଛନ୍ତି । ବିଜେଡି ସରକାର ଏହି ଘରୋଇ ଡିଲରଙ୍କ କାର୍ଯ୍ୟକାଳକୁ ଥରକରେ ୬ମାସରୁ ଏକବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରୁଥିବାବେଳେ ବିଜେପି ସରକାର ଆଜି ଦେଢ଼ବର୍ଷ ପାଇଁ ବଢ଼ାଇ ଦେଇଛନ୍ତି ।

ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାରେ ମୋଟ ୧୧୯୩୧ଟି ସୁଲଭ ମୂଲ୍ୟ ଦୋକାନ ରହିଛି । ସେଥିରୁ ୫୨୯୧ଟି ଘରୋଇ ଡିଲରଙ୍କ ଦ୍ୱାରା ପରିଚାଳିତ ହେଉଛି । ଆନୁଷ୍ଠାନିକ ଖାଉଟି ଡିଲର କେନ୍ଦ୍ର ଯଥା-ପଂଚାୟତ ଦ୍ୱାରା ପରିଚାଳିତ ୪୦୨୮ଟି , ମହିଳା ଏସଏଚଜିଙ୍କ ଦ୍ୱାରା ୨୧୬୧ଟି, ଏସଏଚଜିଙ୍କ ଦ୍ୱାରା ୧୬୧ଟି , ସେବା ସମବାୟ ସମିତି ଦ୍ୱାରା ୨୪୬ଟି ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ୪୨ଟି ସୁଲଭ ମୂଲ୍ୟ ଦୋକାନ ପରିଚାଳିତ ହେଉଛି ।

Leave A Reply

Your email address will not be published.