ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ସ୍ୱାସ୍ଥ୍ୟମନ୍ତ୍ରୀ ଦାବି ପୂରଣ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ରାଜି ନର୍ସିଂ ସଂଘ

0

ଭୁବନେଶ୍ବର: ଦୀର୍ଘ ୪ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶନିବାର ନର୍ସିଂ କର୍ମଚାରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ସରକାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ସମସ୍ତ ଦାବି ନେଇ ଅବଗତ ରହିଛନ୍ତି । ଏହାକୁ ପୂରଣ କରିବା ପାଇଁ ସଂଘ ପକ୍ଷରୁ ସରକାର ଏକ ଆନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି।

ଖୁବ୍‌ଶୀଘ୍ର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନର୍ସିଂ ସଂଘ ରାଜି ହୋଇଥିବା ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ସନ୍ଧ୍ୟାରେ ଆଲୋଚନା ପରେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ନର୍ସିଂ ସଂଘ ସହ ଆଲୋଚନା ହୋଇଛି । ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ଅପିଲ କରିଛି, ସେମାନେ ରାଜି ହୋଇଛନ୍ତି । ଆଜିଠୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେମାନେ ରାଜି ହୋଇଛନ୍ତି । ଏନେଇ ଆମେ ଏକ କମିଟି ଗଠନ କରିବୁ । ଏହି କମିଟିରେ ନର୍ସିଂ ସଂଘର ଦାବି ସଂପର୍କରେ ଆଲୋଚନା କରିବୁ ବୋଲି କହିଛନ୍ତି ।

ସେପଟେ ଆନ୍ଦୋଳନ ନେଇ ନର୍ସିଂ ସଂଘ ସଭାପତି କହିଛନ୍ତି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଛି ବୋଲି ସଭାପତି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି । ତେବେ ଆନ୍ଦୋଳନ ଜାରି ରହିବ କି ନାହିଁ ଏନେଇ ଆମେ ସଂଘର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିବୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.