ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଶ୍ରୀମନ୍ଦିର ପରିଚାଳନା କମିଟି ନିଦ ଭାଙ୍ଗିଲା

0

୩ ଥରରୁ ଅଧିକ ବିଶୃଙ୍ଖଳା କଲେ ମର୍ଯ୍ୟଦା ହରାଇବେ ସେବକ
ଭୁବନେଶ୍ୱର: ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସଂସ୍କାର କରିବା ପୂର୍ବରୁ ରାଜ୍ୟ ସରକାର ବିଳମ୍ୱରେ ହେଲେ ବି ଆଜି ସଂସ୍କାରର ଛାଟ ମାରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନିଷ୍ପତ୍ତି ନେଇଛନ୍ତି, ଯେ କୌଣସି ସେବକ ୩ଥର ବିଶୃଙ୍ଖଳା କଲେ, ସେ ସେବକ ମର୍ଯ୍ୟାଦା ହରାଇବେ । ଅର୍ଥାତ୍‍ ମହାପ୍ରଭୁଙ୍କର ସେବା ଆଉ କରିପାରିବେ ନାହିଁ । ଅର୍ଥାତ୍‍ ଶାଢୀ ବାନ୍ଧି ଯେଉଁ ସ୍ୱୀକୃତୀ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସେବା ପାଇଁ ଅନୁମତି ଦେଇଥିଲା, ତାହାକୁ ପ୍ରତ୍ୟାହାର କରି ନେବ ।
ଉଲ୍ଲେଖଯୋଗ୍ୟ, ହାତ ଗଣତି ସେବକଙ୍କ ମନମାନି ଯୋଗୁଁ, ପୁରୀ ଶ୍ରୀମନ୍ଦିର ଭୁଲ କାରଣ ପାଇଁ ଚର୍ଚ୍ଚାକୁ ଆସୁଛି । କେତେବେଳେ ମହାପ୍ରଭୁଙ୍କ ନୀତି ବନ୍ଦ ହେଲାଣି, ସେ ଅନିଦ୍ରା, ଅଖିଆ ରହିଲେଣି ତ ଆଉ କେତେବେଳେ ଭକ୍ତଙ୍କ ସହ ମୁହାଁମୁହିିଁ ପରିସ୍ଥିତି । ଏସବୁକୁ ଘଟଣାକୁ ନେଇ ଏବେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଶୃଙ୍ଖଳା ପ୍ରସଙ୍ଗ ବିଚାର ପ୍ରକ୍ରିୟା ଭିତରେ ରହିଛି । ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ ଓହରିଯିବା ପରେ ସରକାର ପୁଣି ଜଣେ ଅାମିକସକ୍ୟୁରି ନିଯୁକ୍ତି ଦେଇଛନ୍ତି । ସେ ଯେ କୌଣସି ଦିନ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିପାରନ୍ତି ।

Leave A Reply

Your email address will not be published.