ପ୍ରମୁଖ ଖବର

ୟନାଡରୁ ଉପ-ନିର୍ବାଚନ ଲଢିବେ ପ୍ରିୟଙ୍କା ଗାନ୍ଧୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଆଲଜିୟର୍ସସ୍ଥିତ ସିଦି ଅବ୍ଦେଲା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପୋଲ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜନୀତି ବିଜ୍ଞାନରେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ
ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା
କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ ମହାରାଷ୍ଟ୍ର ସରକାର
ଭାଜପାର ଦିଲ୍ଲୀ ନିର୍ବାଚନ ଇନଚାର୍ଜ ହେଲେ ବୈଜୟନ୍ତ ପଣ୍ଡା
ସଲମାନ୍‌ଙ୍କୁ ମିଳିଲା ୱାଇ ପ୍ଲସ୍‌ ସିକ୍ୟୁରିଟି

ଆଗକୁ ବିଜେଡି ଖାଲି ହୋଇଯିବ: ମନମୋହନ ସାମଲ

0

ଭୁବନେଶ୍ବର; ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ବିଜେଡି ନେତା। ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ ଜାରି ରହିବ ବୋଲି ଗଣମାଧ୍ୟମ ସାମ୍ନାରେ ଏମିତି ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, ଆଗକୁ ବିଜେଡି ଖାଲି ହୋଇଯିବ।

ସେ କହିଛନ୍ତି ଯେ, ‘ବିଜେଡିର ଅନେକ ନେତା ଭଜାପରେ ମିଶିବା ଲାଗି ଆବେଦନ କରିଛନ୍ତି। ଏପରି ଜାରି ରହିଲେ ତାଙ୍କ ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ଆସି ଭଜାପରେ ମିଶିଲେ, ୨ ରାଜ୍ୟସଭା ସାଂସଦ ମଧ୍ୟ ମିଶିଲେଣି। ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ଭାଜପାରେ ମିଶିବାକୁ ନିବେଦନ କରୁଛନ୍ତି। ତେବେ ଯଦି ଏପରି ଧାରା ଲାଗି ରହେ ବିଜେଡି ଶେଷ ହୋଇଯିବ”। ସେହିପରି ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ। ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି। ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡି କହୁ ।

ନିକଟରେ ରାଜ୍ୟସଭା ଏମପି ମମତା ମହାନ୍ତ, ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ମମତା ଭାଜପା ପକ୍ଷରୁ ପୁନର୍ବାର ରାଜ୍ୟସଭା ଯାଇ ସାରିଥିବା ବେଳେ ଆଗକୁ ସୁଜିତଙ୍କୁ ମଧ୍ୟ ପାର୍ଟି ସୁଯୋଗ ଦେଇପାରେ ଦେଇପାରେ।

Leave A Reply

Your email address will not be published.