ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ରେଳ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ

0

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଦୀପାବଳି ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ୭୮ଦିନର ବୋନସ ଦେବାକୁ ଘୋଷଣା କରାଯାଇଛି। ରେଳ କର୍ମଚାରୀଙ୍କୁ ବୋନସ ଦଶହାରା ଏବଂ ଦିପାବଳୀ ପୂଜା ଛୁଟି ପୂର୍ବରୁ ପ୍ରଦାନ କରାଯିବ। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ପ୍ରାୟ ୧୩ଲକ୍ଷ ରେଳ କର୍ମଚାରୀ ଲାଭ ପାଇବେ।

ଆଗାମୀ ପର୍ବ ପୂର୍ବରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ଏଥିପାଇଁ ମୋଟ ୨,୦୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ୧୧ ଲକ୍ଷ ୭୨ ହଜାର ୨୪୦ କର୍ମଚାରୀ ଏଥିରୁ ଉପକୃତ ହେବେ । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରେଳବାଇରେ ୧୩ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ଏକ ଲକ୍ଷ ୫୯ ହଜାର କର୍ମଚାରୀ ଗତ ଆର୍ଥିକ ବର୍ଷରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଯୋଗ୍ୟ କର୍ମଚାରୀ ୭୮ ଦିନର ସର୍ବାଧିକ ୧୭,୯୫୧ ଟଙ୍କା ପାଇବେ।

Leave A Reply

Your email address will not be published.