ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ରେଳ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ

0

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଦୀପାବଳି ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କୁ ୭୮ଦିନର ବୋନସ ଦେବାକୁ ଘୋଷଣା କରାଯାଇଛି। ରେଳ କର୍ମଚାରୀଙ୍କୁ ବୋନସ ଦଶହାରା ଏବଂ ଦିପାବଳୀ ପୂଜା ଛୁଟି ପୂର୍ବରୁ ପ୍ରଦାନ କରାଯିବ। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ପ୍ରାୟ ୧୩ଲକ୍ଷ ରେଳ କର୍ମଚାରୀ ଲାଭ ପାଇବେ।

ଆଗାମୀ ପର୍ବ ପୂର୍ବରୁ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ଏଥିପାଇଁ ମୋଟ ୨,୦୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ୧୧ ଲକ୍ଷ ୭୨ ହଜାର ୨୪୦ କର୍ମଚାରୀ ଏଥିରୁ ଉପକୃତ ହେବେ । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରେଳବାଇରେ ୧୩ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ଏକ ଲକ୍ଷ ୫୯ ହଜାର କର୍ମଚାରୀ ଗତ ଆର୍ଥିକ ବର୍ଷରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଯୋଗ୍ୟ କର୍ମଚାରୀ ୭୮ ଦିନର ସର୍ବାଧିକ ୧୭,୯୫୧ ଟଙ୍କା ପାଇବେ।

Leave A Reply

Your email address will not be published.