ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ
ସ୍ତନ କର୍କଟ ନିମନ୍ତେ ସମ୍ମମରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ
ରାଜକୀୟ ସମ୍ମାନସହ ଦିଆଗଲା ରତନ ଟାଟାଙ୍କୁ ଅନ୍ତିମ ବିଦାୟ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ
ଚଳିତ ବର୍ଷ ଦକ୍ଷିଣ କୋରିଆର ସୁନାମଧନ୍ୟ ଲେଖିକା ହାନ କାଙ୍ଗଙ୍କୁ ମିଳିବ ସାହିତ୍ୟରେ ନୋବେଲ
ରତନ ଟାଟାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ପ୍ରସ୍ତାବ ପାରିତ
ରାଜଧାନୀରୁ ଜବତ ହେଲା ଆଉ ୨୦୦୦ କୋଟି ଟଙ୍କାର କୋକେନ
ଟେନିସରୁ ଅବସର ଘୋଷଣା କଲେ ରାଫେଲ ନାଡାଲ

ଶେଷରେ ବିକ୍ରି ହେଲା ଅର୍ପଣ ଚାଉଳ

0

ପୁରୀ: ଶେଷରେ ବିକ୍ରି ହେଲା ଅର୍ପଣ ଚାଉଳ। ନିର୍ବାଚନ ପୂର୍ବରୁ ପରିକ୍ରମା ପ୍ରକଳ୍ପ ନାଁରେ ଘର ଘର ରଥ ବୁଲି ଯେଉଁ ଚାଉଳ ସଂଗ୍ରହ ହୋଇଥିଲା ପ୍ରାୟ ୬ ମାସ ଧରି ପଡିରହିବା ପରେ ଆଜି ଶେଷରେ ନିଲାମ ହୋଇଛି। ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ଆଜି କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହୋଇଛି । ନିମାପଡାର ମା’ ରାଇସ ମିଲକୁ ବିକ୍ରି ହୋଇଛି ଅର୍ପଣ ଚାଉଳ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁ।
ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ମୋଟ ୧୦ ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ମୋଟ ୨ କୋଟି ୮୬ ଲକ୍ଷ ଟଙ୍କାରେ ଅର୍ପଣ ଚାଉଳକୁ ନିଲାମ କରାଯାଇଛି । ଏହି ଅର୍ଥକୁ ଶ୍ରୀ ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ଓ ଏହା ଶ୍ରୀ ମନ୍ଦିର ପାଣ୍ଠିରେ ରଖାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

ଅର୍ପଣ ଚାଉଳକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଛି। ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହା ‘ବି’ କାଟେଗୋରିରେ ଆସୁଥିବା ମାନ ଯାଞ୍ଚକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ତେଣୁ ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ ବୋଲି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ଆବାସିକ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। କାରଣ ଅଧିକ ଦିନ ରହିଲେ ଚାଉଳର ମାନରେ ପ୍ରଭାବ ପଡ଼ିବ। ତେଣୁ ଆବଶ୍ୟକ ପ୍ରକ୍ରିୟା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲାପାଳ ସ୍ବାଇଁ କହିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ତତ୍କାଳୀନ ବିଜେଡି ସରକାରଙ୍କ ପକ୍ଷରୁ ଅର୍ପଣ ରଥ ସାରା ରାଜ୍ୟରେ ବୁଲି ଭକ୍ତଙ୍କ ଠାରୁ ଚାଉଳ, ଗୁଆ, ଟଙ୍କା ଆଦି ଦାନ ସୂତ୍ରରେ ସଂଗ୍ରହ କରାଯାଇଥିଲା।ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଭକ୍ତଙ୍କ ଠାରୁ ଆସିଥିଲା। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା।

ତେବେ ଏହି ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତି କରାଯାଇ ଶ୍ରୀ ମନ୍ଦିର ଚାରି ଦ୍ୱାରରେ ଭକ୍ତଙ୍କ ପାଇଁ ବଣ୍ଟନ କରାଯାଇଥିଲା। ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଏହା ବନ୍ଦ ହୋଇଯାଇଥିଲା। ନୂଆ ସରକାର ଆସିବା ପରେ ଏହି ଅର୍ପଣ ଚାଉଳ ରୁ ମହାପ୍ରସାଦ ପ୍ରସ୍ତୁତି ଓ ଭକ୍ତ ଙ୍କୁ ବଣ୍ଟନ ନେଇ କୌଣସି ନିଷ୍ପତ୍ତି ହୋଇନଥିଲା। ତେବେ ଚାଉଳ ଧୀରେ ଧୀରେ ଖରାପ ହେବାରେ ଲାଗିବାରୁ ଏହାକୁ ନିଲାମ କରି ସଂଗୃହୀତ ଅର୍ଥକୁ ଶ୍ରୀ ମନ୍ଦିର ପାଣ୍ଠି ରେ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ଗତକାଲି ଏହାର ନିଲାମ ହୋଇଛି। ନିଲାମ ନେଇଥିବା ସଂସ୍ଥା ଅର୍ଥ ପ୍ରଦାନ କରିବା ପରେ ଚାଉଳ ଉଠାଇବା ପାଇଁ ଅନୁମତି ଦିଆଯିବ। ନିଲାମରୁ ସଂଗୃହୀତ ଅର୍ଥକୁ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ଦିଆଯିବ।

Leave A Reply

Your email address will not be published.